କୁମ୍ଭୀର ଆକ୍ରମଣରେ ଗୁରୁତର ନାବାଳକ

ଫୋକସ ପ୍ଲସ ୩୧/୫/୨୨(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ଅରାଜି ଗାଁରେ ଘଟିଛି ଅଘଟଣ । କୁମ୍ଭୀର ମୁହଁରୁ ସଂଘର୍ଷ କରି ନିଜ ଜୀବନ ବଞ୍ଚାଇଛି ଜଣେ ନାବାଳକ । ଖବର ଅନୁଯାୟୀ କାଣି ନଦୀରେ ଅରାଜି ସାହୁ ସାହି ଗାଁର କିଛି ପିଲା ସାଙ୍ଗ ହୋଇ ଗାଧୋଉଥିବା ବେଳେ ଓମ ପ୍ରକାଶ ସାହୁ ନାମକ ନାବାଳକକୁ କୁମ୍ଭୀର ନଦୀକୁ ଟାଣି ନେଇଥିଲା । ନଦୀ ଭିତରେ କୁମ୍ଭୀର ମୁହଁରୁ ବର୍ତ୍ତିବାକୁ ଉଦ୍ୟମ କରି ସଫଳ ହୋଇଥିଲେ ନାବାଳକ ଓମ ପ୍ରକାଶ । ଓମ ପ୍ରକାଶ ବଲୁରିଆ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି l ରକ୍ତାକ୍ତ ଅବସ୍ଥାରେ ତାଙ୍କର କିଛି ସାଙ୍ଗ ନଦୀରୁ ଉପରକୁ ଭିଡ଼ି ଆଣିଥିଲେ । ଗୁରୁତର ନାବାଳକ ଜଣଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟ ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପଟ୍ଟାମୁଣ୍ଡାଇ ରୁ ଗୌତମ ରାଉତ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *