ଯବାନ ଙ୍କ ଅସ୍ୱାଭାବିକ ମୃତ୍ୟୁ

ଫୋକସ ପ୍ଲସ ୩୧/୫/୨୨(କେନ୍ଦ୍ରାପଡ଼ା): ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଖଦଃ ଓ ଅଭାବନୀୟ ଘଟଣା |ଏହି ଗ୍ରାମର ଜଣେ ଯବାନ ମିହିର ରଞ୍ଜନ ପଣ୍ଡାଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ କୁ ନେଇ ଏବେ ଗାଁ ରେ ଦେଖିବାକୁ ମିଳିଛି ଉତେଜନା |ତେବେ ମିହିର ଗତ 25ତାରିଖରେ ନିଜ ଶଶୁର ଘରେ ଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ତେବେ ଶଶୁର ଘର ପକ୍ଷରୁ ମିହିର ଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରା ଯାଇଥିଲା |ତେବେ ଚିକତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା |ଅନ୍ୟପଟେ ମିହିର ଙ୍କ ଶବକୁ ବିନା ବ୍ୟବଚ୍ଛେଦ ରେ ମୃତ ଶରୀର କୁ ଆଣିବା ନେଇ ଉଠିଛି ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ |ଅନ୍ୟପଟେ ମିହିର ଙ୍କ ଶବ ଆଣିଥିବା ଆମ୍ବୁଲାନ୍ସ କୁ ଅଟକ ରଖିଲେ ଗ୍ରାମବାସୀ |ଏନେଇ ମିହିର ପରିବାର ତରଫରୁ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମିହିର ଙ୍କ ବାପା |ଶବ ବ୍ୟବଚ୍ଛେଦ ପାଇଁ ପରିବାର ଓ ଗ୍ରାମବାସୀ ଙ୍କ ତରଫରୁ ଦାବି କରାଯାଇଛି |ମୃତ ଯବାନ ହେଲେ ପଟ୍ଟାମୁଣ୍ଡାଇ ଅରଡପଲି ଗ୍ରାମର ମିହିର ରଞ୍ଜନ ପଣ୍ଡା |ସେ ଛତିଶଗଡ CRPF 196 ବାଟାଲିୟନ ରେ ଯବାନ ଥିଲେ |

ପଟ୍ଟାମୁଣ୍ଡାଇ ରୁ ଗୌତମ ରାଉତ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *