କୃଷକଙ୍କ ସେବା ପାଇଁ ନାମାଙ୍କନ ପତ୍ର ଭରିଲେ ଯୁବ କୃଷକ କୁମାର ଅଜୟ ||

ଫୋକସ ପ୍ଲସ ୩୧/୫/୨୨(କେନ୍ଦ୍ରାପଡ଼ା): ଗାଁ କୃଷକଙ୍କ ସେବା ପାଇଁ ନିର୍ବାଚନ ମୈଦାନ କୁ ଓହ୍ଲାଇଲେ ଯୁବ କୃଷକ କୁମାର ଅଜୟ ,କୃଷି ସମବାୟ ସମିତି ନିର୍ବାଚନ କୁ ନେଇ ସରଗରମ ହେବାର ଲାଗିଛି ସମବାୟ ରାଜନୀତି | ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପ୍ରାଥମିକ କୃଷି ସମବାୟ ସମିତିର ସମସ୍ତ ଜୋନ୍ ପାଇଁ ହେବାକୁ ଥିବା ନିର୍ବାଚନର ସରିଛି ନାମାଙ୍କନ ପତ୍ର ଦାଖଲ | ଆଉ ଏହାରି ଭିତରେ ଗାଁ କୃଷକଙ୍କ ସେବା ପାଇଁ ନିର୍ବାଚନ ମୈଦାନ କୁ ଓହ୍ଲାଇଲେ ଯୁବ କୃଷକ କୁମାର ଅଜୟ | ରାଜନଗର ର ଆରାଧ୍ୟା ଦେବୀ ମା ମାଟିଆ ମଙ୍ଗଳା ଙ୍କୁ ଦର୍ଶନ କରି ଭିନ୍ନ ଏକ ଢଙ୍ଗରେ ଜୟ ଭାରତ,ଜୟ କିସାନ.ନାରା ଲଗାଇ ଅନ୍ନ ଦାତାଙ୍କୁ ହୃଦୟରୁ ସମ୍ମାନ ଜଣାଇ ଆଶ୍ରିବାଦ ଭିକ୍ଷା କରି ଚାନ୍ଦିବାଉଁଶମୂଳ ପ୍ରାଥମିକ କୃଷି ସମବାୟ ସମିତିର ଏକ ନମ୍ବର ଜୋନ୍ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଅଜୟ କୁମାର ପାତ୍ର | ଅନ୍ନଦାତ୍ତା ମାନଙ୍କୁ ନ୍ୟାର୍ଯ୍ୟ ଦାବି ପାଇବା ପାଇଁ ଯେଉଁ ପ୍ରତି ବନ୍ଧକ ମାନ ଉଭା ହେଉଅଛି ତାହାକୁ ସମାଧାନ କରିବା ପାଇଁ ଯୁବ କୃଷକ ନେତାଭାବେ ଉଭା ହେଉଛନ୍ତି କୁମାର ଅଜୟ | ଯୁବ କୃଷକ ଅଜୟ ଙ୍କ ନାମଙ୍କନ ପତ୍ର ଦାଖଲ ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିବା ସହ କୃଷକ ମହଲରେ ଆନନ୍ଦର ଲହରୀ ପରି ଲକ୍ଷୀତ ହେଉଛି | ଏହି ଭଳି ଯୁବ କୃଷକ ନେତାଙ୍କୁ ନିର୍ବାଚିତ କରିବା ପାଇଁ ଗାଁ କୃଷକ ମାନେ ଆଗଭର ହେଉ ଛନ୍ତି | ଦେଶର ନିସ୍ୱାର୍ଥ ପର ସେବକ ଯିଏକି ମୁଣ୍ଡ ଫଟା ଖରା,ହାଡ଼ ଭଙ୍ଗା ସିତ ଓ ଧାରା ଶ୍ରାବଣ ବର୍ଷା କୁ ଖାତିରି ନକରି,ଛାତିକୁ ପଥର କରି,ରକ୍ତକୁ ପାଣିକରି, ମାଟି ସହିତ ମାଟି ହୋଇ, ସଶ୍ୟ ଉପ୍ତାଦନ କରି ସାରା ବିଶ୍ୱକୁ ଅନ୍ନ ଦାନ କରୁ ଥିବା ସେବକଙ୍କର ସେବା କରିବାର ସୁଯୋଗ ପାଇବା ପାଇଁ ନିର୍ବାଚନ ରଣା ରଙ୍ଗରେ କୁମାର ଅଜୟ |

Leave a Reply

Your email address will not be published. Required fields are marked *