ଚାରି ଛୁଆ କୁ ଛାଡି ଅନ୍ୟ ପୁରୁଷ ସହ ଫେରାର ମା

ଫୋକସ ପ୍ଲସ 1/06/22(ରେଢାଖୋଲ):ହୋମ ନିଆଁ ସାକ୍ଷୀ ରଖି ସାତଜନମ ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ | ଦୀର୍ଘ ୧୩ବର୍ଷ ଧରି ୪ଟି ସନ୍ତାନକୁ ନେଇ ସଂସାର ଗଢିଲେ ଏକାଠି । ସବୁ କିଛି ଠିକ୍‌ଠାକ୍ ଚାଲିଥିବା ବେଳେ ହଠାତ ହସଖୁସି ସଂସାରରେ କଳାବାଦଲ ମାଡି ଆସିଲା। ପରପୁରୁଷର ହାତ ଧରି ଚାଲିଗଲା ଧୋକାବାଜ ସ୍ତ୍ରୀ । ଏପଟେ ମାଁ ବିନା ଚାରି କମଳମୋତି ଶିଶୁ ଅନାଥ ହୋଇ ଅତି ଦୟନୀୟ ଅବାସ୍ଥାରେ କାଟୁଛନ୍ତି ଜୀବନ ।ଯେଉଁ ବୟସରେ ଖେଳକୁଦ କରି ସମୟ କଟାଇବା କଥା ଏବେ ସେ କଅଁକ କାନ୍ଦରେ ପୁରା ସଂସାର ଭାର। ଛୋଟ କମଳମୋତି ଚାରି ପୁଅ ଝିଅ ।
ବାପା ଦିନ ମଜୁରିଆ । ଦିନସାରା ଯାହା ରୋଜଗାର କଲେ ପିଲାଙ୍କ ପାଟିକୁ ଦାନ ଯାଏ । ସୂଚନା ମୁତାବକ, ରେଢାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ଦଲ୍କି ଗାଁର ଅଲେଖ ଭୋଇ । ସ୍ତ୍ରୀ ଅନୁସୟା ଭୋଇଙ୍କୁ ସେ ବୌଦିକ ରିତିରେ ୧୩ବର୍ଷ ତଳେ ବିବାହ କରିଥିଲେ । ଦୁଇମାସ ତଳେ ଜଣେ ପରପୁରୁଷ ସହ ସ୍ତ୍ରୀ ଅନୁସୟା ସମ୍ପର୍କ ରଖିଲେ । ମାସେ ତଳେ ଭାଇ ଅନୁଗୁଳ ମେଡିକାଲରେ ପଡିଥିବା କଥା କହି ନିଜେ ଗଡ଼ିଥିବା ସଂସାରକୁ ତୁଚ୍ଛ କରି ଚାଲିଗଲେ ସେହି ପରପୁରୁଷ ସହ । ପିଲାମାନେ ମଧ୍ୟ ମାର କଥାକୁ ମନେ ପକାଇ ଝୁରି ହେଉଛନ୍ତି। ଆଉ ନିଜେ ନିଜ ମନକୁ ବୁଝାଇ ଦେଉଛନ୍ତି ବୋଲି, ଆଭାଗା ଅଲେଖ କହିଛନ୍ତି ।
ଚାରି ପିଲାଛୁଆକୁ ଛାଡି ଫେରାର ହେଲା ମାଆ, ଥରୁଟିଏ ବି ଗଲା ବେଳେ ଭାବିଲାନି ୩ବର୍ଷୀୟା ସାନ ଝିଅ ଲିପସା କଥା , ମାଁ କ୍ଷୀର ଖାଉଥିବା ସାନ ଝିଅ ଏବେ ମାଁକୁ ବେଶୀ ମନେ ପକାଉଛି କାହାକୁ କିଛି ନକହିଲେବି ତା ଆଖି ଖୋଜୁଛି ମାଁ କୁ । ଆଉ କେତେବେଳେ ମାଁ କଥା ମନେ ପଡିଲେ ମାଁର ଫଟୋ ଧରି ଚାରି ଛୁଆ କେବଳ ମନେ ପକାଇବା ଛଡା ଆଉ କିଛି ବାଟ ନାହିଁ । ବଡ ଝିଅ ପିଙ୍କି ଏବେ ଘରର ସବୁ କାମ କରୁଛି। ସାହି ପଡିଶା ଯାହା କିଛି ଦେଲେ ପିଲାମାନେ ଖାଉଛନ୍ତି ନଚେତ ନିଜେ ରାନ୍ଧି ଖାଉଛନ୍ତି । ଅଲେଖଙ୍କର ନିଜ ସ୍ତ୍ରୀ ଫେରାର କଥାକୁ ନେଇ ଯେତିକି ଦୁଃଖ ନାହିଁ, ଚାରିପିଲାଙ୍କ କଥାକୁ ନେଇ ବେଶୀ ଚିନ୍ତିତ । ସ୍ତ୍ରୀ ଅନୁସୟା ନିଖୋଜ ହେବା ନେଇ ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି ଅଲେଖ ।
ଅନ୍ଯପଟେ ସରକାର ପକ୍ଷରୁ ନାଁ ମିଳିଛି ଘର, ନାଁ ରାସନ ସାମଗ୍ରୀ, ନାଁ କୌଣସି ଯୋଜନା । ବହୁକଷ୍ଟରେ ନିଜ ସ୍ତ୍ରୀ ପିଲାଛୁଆ ରହିବେ ବୋଲି ଝାଟିମାଟି ବରଡାପତ୍ର ଦେଇ ତିନିମାସ ତଳେ ସ୍ବପ୍ନର ଘରଟିଏ ତୋଳିଥିଲା ଅଲେଖ । ଆଉ ଏବେ ସେହି ସ୍ବପ୍ନର ଘରେ ତାଙ୍କ ରାଣୀ ନାହିଁ ସତ ତଥାପି ମନକୁ ଦମ୍ଭକରି ଚାରିଛୁଆକୁ ନେଇ ।

Leave a Reply

Your email address will not be published. Required fields are marked *