ୟୁଥ୍ ପାର୍ଲିଆମେଣ୍ଟ ୨୦୨୨ ରେ ଓଡିଆ ପୁଅଙ୍କ କମାଲ

ଫୋକସ ପ୍ଲସ ୦୧/୦୬/୨୨( କଳାହାଣ୍ଡି ):କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟଣା ରେ ଆୟୋଜିତ ୟୁଥ୍ ପାର୍ଲିଆମେଣ୍ଟ ୨୦୨୨ ରେ ଓଡିଆ ପୁଅଙ୍କ କମାଲ। ସଂସଦୀୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୟୁଥ୍ ପାର୍ଲିଆମେଣ୍ଟ ୨୦୨୨ରେ ଓଡିଆ ପୁଅ ନାରାୟଣ ଚୌଧୁରୀ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ର ମନ୍ତ୍ରୀ ଭାବେ ଚୟନ ହେଇଥିଲେ। ଏବଂ ପ୍ରତିଯୋଗିତାରେ ପୁରସ୍କାର ଲାଭ କରିବା ସହ ଆଗାମୀ ଦିନରେ ସଂସଦୀୟ ଭବନ ଦିଲ୍ଲୀ ରେ ହେବାକୁ ଥିବା ରାଷ୍ଟ୍ରୀୟ ସ୍ତରୀୟ ୟୁଥ୍ ପାର୍ଲିଆମେଣ୍ଟ ରେ ମଧ୍ୟ ଚୟନ ହେଇଛନ୍ତି। ହରିୟଣା ରାଜ୍ୟର ୬ ଜଣଙ୍କ ଚୟନ ହେଇଥିବା ମଧ୍ୟରେ ଓଡ଼ିଆ ପୁଅ ନାରାୟଣ ଚୌଧୁରୀ ଅନ୍ୟତମ।ନାରାୟଣ ଚୌଧୁରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟଣା ରେ ପତ୍ରକାରିତା ଏବଂ ଜନସଂଚାର ବିଭାଗରେ ସ୍ନାତକ କରୁଛନ୍ତି। ସେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମାଝିଗୁଡା ଦାବ୍ରିଗୁଡା ଗାଁ ର ବାସିନ୍ଦା ଅଟନ୍ତି। ବାପା ବିଷ୍ଣୁ ଚରଣ ଚୌଧୁୀରୀ ଜଣେ କ୍ଷୁଦ୍ର ଚାଷୀ ଓ ମା ଗୃହିଣୀ ଅଟନ୍ତି।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରା ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *