ଗଞ୍ଜେଇ ମାଫିଆ ଙ୍କ ସମ୍ପତି ସିଲ କଲା ପୋଲିସ

ଫୋକସ ପ୍ଲସ ୨/୬/୨୨(ନବରଙ୍ଗପୁର): ପୁଣି ଚାଲିଲା ନବରଙ୍ଗପୁର ର ଗଞ୍ଜେଇ ମାଫିଆ ଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନ ର ଛାଟ । ଗଞ୍ଜେଇ କାରବାର କରି ବେଆଇନ ଭାବେ ଠୁଳ କରିଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧଡ଼ରା ପଞ୍ଚାୟତ ଅନ୍ତର୍ଗତ ବିଏସ ପଦର, ବାଣୁଆଗୁଡା ଗ୍ରାମର ସୁବାସ ବିଷୋୟୀ , ସୁଧୀର ବିଷୋୟୀ ଓ ରାମ ଚନ୍ଦ୍ର ବିଷୋୟୀ ତିନି ଗଞ୍ଜେଇ ମାଫିଆ ଙ୍କ ଠାରୁ ପ୍ରାୟ ୧.୨୨ କୋଟି ଟଙ୍କା ମୂଲ୍ୟ ର ସ୍ଥାବର ଓ ଅସ୍ଥାବର ସମ୍ପତି କୁ ସିଲ କରିଛି ନବରଙ୍ଗପୁର ପୋଲିସ । କୋଲକାତା ସ୍ଥିତ କମ୍ପିଟେଣ୍ଟ ଅଥୋରୀଟି ଙ୍କ ଠାରୁ ଅନୁମତି ପ୍ରାପ୍ତ କରିବା ପରେ ନବରଙ୍ଗପୁର ଏସପି ଏସ ସୃଶ୍ରୀ ଙ୍କ ନିର୍ଧେଶ କ୍ରମେ ଏହି ସମ୍ପତ୍ତି ସିଜ କରିଛି ଜିଲ୍ଲା ପୋଲିସ । ସିଜ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ଦୁଇଟି ଘର, ଗୋଟିଏ ବୁଲେଟ ସହ ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା ଜବତ କରିଛି ପୋଲିସ । ଏହି ଅଭିଯୁକ୍ତ ମାନଙ୍କ ନାମ ରେ କୋଷାଗୁମୁଡା ଓ କୋଡ଼ିଙ୍ଗା ଥାନା ରେ କେଶ ରହିଥିଲା । ଯାହାକୁ ଆଧାର କରି ଗତ ୨୦୨୨ ମେ ପ୍ରଥମ ସପ୍ତାହ ରେ ନବରଙ୍ଗପୁର ପୂର୍ବତନ ଏସପି ସ୍ମିତ ପରମାର ଙ୍କ ତିନି ଅଭିଯୁକ୍ତ ଙ୍କ ସମ୍ପତି ସିଜ ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ । ପାପଡାହାଣ୍ଡି ଏସ୍ଡିପିଓ ଆଦିତ୍ୟ ସେନ ଙ୍କ ନେତୃତ୍ୱରେ ଏହି ସିଜ କରାଯାଇଥିଲା । ଏଥିପୂର୍ବରୁ ଓଡିଶା ଇତିହାସ ରେ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ତିନି ଗଞ୍ଜେଇ ମାଫିଆ ଙ୍କ ୪ କୋଟି ୭୭ ଲକ୍ଷ ଟଙ୍କା ମୂଲ୍ୟ ର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସିଲ କରିଥିଲା ନବରଙ୍ଗପୁର ପୋଲିସ ।

Leave a Reply

Your email address will not be published. Required fields are marked *