ଖୋର୍ଦ୍ଧା ଆଦର୍ଶ ଥାନା ର ବଡ଼ ସଫଳତା

ଫୋକସ ପ୍ଲସ ୨/୬/୨୨(ଖୋର୍ଦ୍ଧା):ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଚୋରା ବାଇକି ରାକେଟ କୁ ଠାବ କରିବାରେ ବଡ଼ ସଫଳତା ମିଳିଛି ।କୌଣସି ସୂତ୍ରରୁ ଖୋରଧା ଏସପି ସିଦ୍ଧାର୍ଥ କଟାରିଆ ଖବର ପାଇଲେ କି ଖୋରଧା ପୁରୁଣା ବସଷ୍ଟାଣ୍ଡ ନିକଟରେ ଚୋରା ବାଇକି କାରବାର ଚାଲିଛି ।ପରେ ଏସପି ଙ୍କ ନିର୍ଦ୍ଦେଶ ରେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର,ଓ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ତୁରନ୍ତ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନ ରେ ଚଢ଼ାଉ କରାଯାଇଥିଲା ଏହି ଚଢ଼ାଉ ବେଳେ ପୋଲିସ ପ୍ରଥମେ ବେଗୁନିଆ ନୂଆ ସାହିର ଅଭିଯୁକ୍ତ ସର୍ବେଶ୍ୱର ବାରିକ (୨୩)କୁ ଗିରଫ କରିବା ସହିତ ତାଙ୍କ ପାଖରୁ ଗୋଟେ ହିରୋ ହୋଣ୍ଡା-ଓଡ଼ି୦୨ ଏ ନ ୪୩୮୬ ଚୋରା ବାଇକି ଜବତ ସହିତ ଏବଂ ତାଙ୍କ ଘରୁ ୨ ଗୋଟି ଚୋରା ବାଇକି ଜବତ କରିଥିଲା ।ପରେ ସର୍ବେଶ୍ୱର ଠାରୁ ସୂଚନା ପାଇ ଆଉ ୬ ଗୋଟି ଚୋରା ବାଇକି ସହିତ ଉକ୍ତ ଚୋରି ସହିତ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ।ବଡବେରେଣା ର ସୌଦାଗର ମହାରଣା,(୩୨),କଡବ୍ ର ସଞ୍ଜୟ ନାୟକ(୨୦)ହରିପ୍ରସାଦ ର ସନ୍ତୋଷ ମହାରଣା (୪୫)ଏମାନଙ୍କ ବିରୋଧ ରେ ଆଦର୍ଶ ଥାନା ପକ୍ଷରୁ କେଶ ନମ୍ବର-୨୩୯/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଙ୍କ ଖୋରଧା ର ମାନ୍ୟବର କୋର୍ଟ ଙ୍କ ନିକଟରେ ହାଜର କରାଯାଇଛି । ଏହି ଚଢ଼ାଉ ରେ ଏସ ଆଇ ସୁକାନ୍ତ ଦଳେଇ,ପଦ୍ମଲୋଚନ ବେହେରା, ଏ ଏସ ଆଇ ଅକ୍ଷୟ ସେଠି,ପିକେ ପ୍ରଧାନ, ହାବିଲଦାର ବିକେ ପାଣିଗ୍ରାହୀ,କନଷ୍ଟେବଳ ପ୍ରଦୀପ ହରିଚନ୍ଦନ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *