ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଫୋକସ ପ୍ଲସ ୨/୬/୨୨(କଳାହାଣ୍ଡି):କଳାହାଣ୍ଡି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଆବଶ୍ୟକ ଡାକ୍ତର ନିଯୁକ୍ତି, ଓ କାର୍ଯ୍ୟ ଆରମ୍ଭ ହେବା କୁ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିର୍ମାଣ ହେବା ରେ ବିଳମ୍ବ ଯୋଗୁଁ ଆଜି ଧର୍ମଗଡ ସେଡୁଲକାଷ୍ଟ ଫେଡରେସନ ତରଫରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ର ରୁ ଜଣା ଯାଏ ଯେ, ଧର୍ମଗଡ ଉପଖଣ୍ଡ ଡ଼ାକ୍ତରଖାନା ୧୯ ଜଣ ଡ଼ାକ୍ତର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ବିନା ବିଶେଷଜ୍ଞରେ ୬ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି।ଫଳରେ ଏହି ଡାକ୍ତର ସମସ୍ୟା କୁ ନେଇ ଲୋକମାନେ ହଇରାଣ ହରକତ ହେଉଛନ୍ତି।ଏପରି କି ଧର୍ମଗଡ ଠାରେ ପ୍ରାୟ ୯ କୋଟି ଟଙ୍କା ଅଟକଳ ରେ ଏକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କରିବା ଲାଗି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ।ଓ ସ୍ଥାନୀୟ ବିଧାୟକ ମଧ୍ୟ ଭୁମିପୂଜନ କରିଥିଲେ। ଓ ଏପରି କି ଏହି ଶିଳ୍ପ ତାଲିମ କେନ୍ଦ୍ର ଲାଗି ୫ ,ଏକର ଜମି ମଧ୍ୟ ଯୋଗାଇ ଦିଆ ଯାଇ ପଟା ମଧ୍ୟ ପ୍ରଦାନ କରାଯାଇଛି।କିନ୍ତୁ ଏହି ପ୍ରକଳ୍ପ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଲାଗି ରାଜନେତିକ ଚକ୍ରାନ୍ତ ଲାଗି ଏହି ତାଲିମ କେନ୍ଦ୍ର କାର୍ଯ୍ୟ ଆରମ୍ଭ ହୋଇନାହିଁ। ଓ କୁହାଯାଉଛି ଏହି ତାଲିମ କେନ୍ଦ୍ର ଏଠାରୁ ହଟି ଜୁନାଗଡ଼ ଠାରେ ହେବ ବୋଲି ।ଏଣୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କୁ ଅନ୍ୟତ୍ର ସ୍ଥାନାନ୍ତର ନ କରି ଧର୍ମଗଡ ଠାରେ ଶିଘ୍ର କାର୍ଯ୍ୟ ଆରମ୍ଭ ନ କଲେ ଆସନ୍ତା ଜୁନ ୧୫ ତାରିଖ ଦିନ ସେଡୁଲକାଷ୍ଟଫେଡରେଶନ ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟ ଲୟ ଆଗରେ ଧାରଣା ଦିଆଯିବ ବୋଲି ଉଲ୍ଲେଖ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ ସେଡୁଲକାଷ୍ଟ ଫେଡରେସନ ଧର୍ମଗଡ ସଭାପତି ବିରଞ୍ଚି ନାରାୟଣ ଜାଲ,ଜିଲ୍ଲା ଛାତ୍ର ସଙ୍ଘଠକ ଢଗଢମାଳିଆ ନାଏକ,ଉପଦେଷ୍ଟା କବିରାଜ ଦୁର୍ଗା, ଚକ୍ରଧର ବେଣୁ ପାଣି ଓ ଲକ୍ଷ୍ମୀକାନ୍ତ ବାଗ, କାଉନସିଲର ନବୀନ ମହାନନ୍ଦ, କାଉନସିଲର ପ୍ରତିନିଧି ପଣ୍ଡୁ ପାତ୍ର,ଓ ପରକ୍ଷିତ ମହାନନ୍ଦ, ବରିଷ୍ଠ ସଦସ୍ୟ ଉମେଶ ଦରିଆ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *