ସୂଚନା ଅଧିକାର ଆଇନ ର ଉଡୁଛି ଧଜିଆ।

ଫୋକସ ପ୍ଲସ ୩/୬/୨୨(ବିଂଝାରପୁର):ସୂଚନା ଅଧିକାର ଆଇନ କୁ ଦିଆ ଯାଉଛି ପାଦ ରେ ଆଡେଇ , ସୂଚନା ପ୍ରଦାନ ପାଇଁ ଟଙ୍କା ନେଉଛନ୍ତି ହେଲେ ସୂଚନା ଦେବା ପାଇଁ ଏଠି ସରକାରୀ ବାବୁ ଙ୍କ ର ହେଉଛି ଜଳା ପୋଡା। କହିବାକୁ ଗଲେ ଯାଜପୁରଜିଲ୍ଲା ବିଂଝାରପୁର ବ୍ଲକ ରେ ସରକାରଙ୍କ ଏହି ସୂଚନା ଅଧିକାର ଆଇନ ନିୟମ ର ଧଜିଆ ଉଡେଇ ଦେଉଛନ୍ତି ସରକାରୀ ବାବୁ। ସୂଚନ ର ପ୍ରଶ୍ନ ଗୋଟେ ଥିବା ବେଳେ ଉତ୍ତର ଦେଉଛନ୍ତି ଅଲଗା। ତେବେ ଚିହ୍ନନ୍ତୁ ଏହି ରଙ୍ଗୀନ ବାବୁ ଙ୍କୁ। ଯାହାଙ୍କ ନାମରେ ଆସିଛି ସଙ୍ଗିନ ଅଭିଯୋଗ।ଆଉ ପଚାରିଲେ ବାବୁ ରହୁଛନ୍ତି ପ୍ରବଳ ବ୍ୟସ୍ତ। ଏବାବୁ ହେଉଛନ୍ତି ବିଂଝାରପୁର ବ୍ଲକ ଅଧିନ ରେ ଥିବା ଫତେପୁର ପଂଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ଦାସ।ଏ ଦାସ ବାବୁଙ୍କ ଙ୍କ କଳା କାରନାମା ଶୁଣିଲେ କେହିବି ଅର୍ଶ୍ଚଯ୍ୟ ହେବେ। ପୁରା ପଂଚାୟତର ଦସ୍ତାବିଜ କୁ ଭୋଜନ କରିଦେଇଛନ୍ତି ଏ ଦାସ ବାବୁ। ଆଉ ବୁଲୁଛନ୍ତି ନିର୍ଭୟ ରେ। କାହିଁକି ନା ବାବୁଙ୍କ ମୁଣ୍ଡ ଉପରେ ରହିଛି ପାୱାର ଫୁଲ ଅଦୃଶ୍ୟ ଶକ୍ତି ର ହାତ। ଏ ବାବୁଙ୍କ କଳା କାରନାମା ଲୋକ ଲୋଚନ କୁ ଆଣିବା ପାଇଁ ସୂଚନା ଅଧିକାର ଆଇନ ବଳ ରେ ପଂଚାୟତ ର ସମସ୍ତ କାର୍ଯ୍ୟ ର ରିପୋଟ ୨୧/୧0/୦୨୧ ରେ ମାଗିଥିଲେ ସୂଚନା କର୍ମୀ ସୀମାନ୍ତ ପାତ୍ର। ଏହି ସୂଚନ ପ୍ରଦାନ ପାଇଁ ଶ୍ରୀ ପାତ୍ର ଙ୍କୁ ଦାସ ବାବୁ ୬/୧୧/୦୨୧ ରେ ପଞ୍ଚାୟତ ର ପତ୍ର ସଂଖ୍ୟ17 ରେ ମାଗିଥିଲେ ୪୧୦ ଟଙ୍କା। ୨୩/୧୧/୦୨୧ ରେ ଶ୍ରୀ ପାତ୍ର ୪୧୦ ଟଙ୍କା ଡିପୋଜିଟ କରି ରସିଦ ପଞ୍ଚାୟତ ରୁ ନେଇଥିଲେ। ବାସ ସେତିକି ରେ ଏ ଦାସ ବାବୁଙ୍କ ଯେମିତି ପୋଡା ଜଳା ଆରମ୍ଭ ହେଇଯାଇଥିଲା। ସୂଚନା ଦେବା ବଦଳ ରେ ସୂଚନା କର୍ମୀ ଶ୍ରୀ ପାତ୍ର ଙ୍କୁ ଲୋକ ଲଗାଇ ମାଡ ମାରିବା ଓ ଧମକ ଚମକ ଦେବା ଆରମ୍ବ କରିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ଶ୍ରୀ ପାତ୍ର। ଏମିତି କି ବିଂଝାରପୁର ପୁର ବିଡ଼ିଓ ଙ୍କୁ ବି ଅଭିଯୋଗ ଆଣିଛନ୍ତି ବୋଲି ଶ୍ରୀ ପାତ୍ର ନିଜ ଏଫ.ଆଇ.ଆର ରେ ଉଲ୍ଲେଖ କରିଛନ୍ତି।ହେଲେ କଥାରେ ଅଛି ବେନି ଜନେ ସମଦଶା। ତୁ ତ ମୁତୁରୀ ମୁତ ମୁତୁରୀ ହେଁସ କାଇଁ ପାଇଁ ଧୋଇବା। ବିଡ଼ିଓ ବି ଚୁପ ରହିବା ପଛର କାରଣ କଣ। ତେବେ କହିବାକୁ ଗଲେ ଏ ବିଂଝାରପୁର ବ୍ଲକଏବେ ପାଲଟିଛି ସରକାରଙ୍କ ସର୍ବଗିଳା ଅନୁଷ୍ଠାନ। ଯେଉଁଠି ଦେଖିବେ ପୁଳା ପୁଳା ଦୁର୍ନୀତି। ଯେଉଁଠି ଖୋଦ ବିଡ଼ିଓ ,ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଗଣ୍ଡା ଗଣ୍ଡା ଦୁର୍ନୀତି କୁ ଆଖିଆଗରେ ଦେଖି ଓ ଅଭିଯୋଗ ପରେବି ନିଦା ବିଷ୍ଣୁ ସେଠି ଏ ଦଣ୍ଡୁକୁରି ସଦୃଶ vlw ଙ୍କ କଥା ନକହିବା ଭଲ। ଖାଲି ଏ ଫତେପୁର ପଂଚାୟତ ର vlw ରାଜେନ୍ଦ୍ର ଦାସ ନୁହଁ ବ୍ଲକ ର ଏମିତି ଅନେକ ଦୁର୍ନୀତି ଖୋର vlw ଓ grs ଅଛନ୍ତି ଯାହାଙ୍କ ନାମରେ ରହିଛି ଅନେକ ଦୁର୍ନୀତି, ଯେମିତି କି ବିତନା,ଉଡ଼ରଙ୍ଗ, ସିଂହପୁର, ଓଳେଇ ଚନ୍ଦନପୁର, ବିଂଝାରପୁର, ସୟଦପୁର, ହଲଦୀଢି଼ଅ,ବରପଦା,ଆଉଁରି ପଂଚାୟତ ର ଦାଇତ୍ୱ ରେ ଥିବା ଏହି vlw ଙ୍କ କଳା କାରନାମା ଆମେ ଆଣିବୁ ଆପଣ ଙ୍କ ନିକଟ କୁ। ଆଉ ଏତେ ଦୁର୍ନୀତି ରେ ଲିପ୍ତ ଯେ ଏ ମାନଙ୍କୁ ଘାରିଛିRTI ର ଭୟ । ସରକାର ଦୁର୍ନୀତି ଖୋର ସରକାରୀ କର୍ମଚାରୀ ଙ୍କୁ ବାଧ୍ୟତାମୂଳକ ଅବସର ସହ ଚାକିରୀ ରୁ ବରଖାସ୍ତ କରିଦେଉଥିବା ବେଳେ ବିଂଝାରପୁର ବ୍ଲକ ରେ ଦୁର୍ନୀତି ଖୋର କର୍ମଚାରୀ ଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ତେବେ ଦେଖିବାକୁ ବାକି ରହିଲା ବିଂଝାରପୁର ବ୍ଲକ ରେ ସୂଚନା ଅଧିକାର ଭଳି ଏକ ଆଇନର ଧଜିଆ ଉଡାଇଥିବା ଏ vlw ରାଜେନ୍ଦ୍ର କୁମାର ଦାସଙ୍କ ଉପରେ ସରକାର କିପ୍ରକାର କଢା ପଦକ୍ଷପ ଗ୍ରହଣ କରୁଛନ୍ତି।

ବିଂଝାରପୁର ରୁ ରାଣାପ୍ରତାପ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *