୧୨ ଟି ସ୍ମାର୍ଟ ହାଇସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଫୋକସ ପ୍ଲସ ୪/୬/୨୨(ଦିଗପହଣ୍ଡି): ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଏବଂ ବୈଷୟିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ ଯୋଜନାରେ ୫ ଟି ଉପକ୍ରମରେ ସରକାରୀ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ ସକାଶେ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦ୍ବିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୨୩୦ ଗୋଟି ସ୍ମାର୍ଟ ହାଇସ୍କୁଲର ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ ହୋଇଥିବା ବେଳେ ଦିଗପହଣ୍ଡି ବ୍ଳକ କୋଟିନଡା ପଂଚାୟତ ରେ ଥିବା ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ମଧ୍ୟ ଉଦଘାଟନ କରିଥିବା ଜଣାପଡିଛି ।ରାଜ୍ୟ ସରକାର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପ୍ରତି ଆଗ୍ରହ ସୃଷ୍ଟି କରିବା,ପାଠପଢ଼ାରେ ଉତ୍ସାହ ପରିଲକ୍ଷିତ ହେବା ଏବଂ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତଭେଦ ନ ରହିବା ପାଇଁ ସମସ୍ତ ସ୍କୁଲର ରୂପରେଖ ବଦଳାଇବା ପାଇଁ ୫ଟି ସଚିବଙ୍କୁ ସ୍କୁଲ ରୂପାନ୍ତରଣ ପାଇଁ ଗୁରୁତ୍ବ ଦେଇଥିଲେ ।ଏହାପରେ ୫ଟି ସଚିବ ଓ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ବିଦ୍ୟାଳୟ ଗୁଡ଼ିକୁ ନୂଆରୂପ ଦିଆଯାଇଥିଲା l ହାଇସ୍କୁଲର ରୂପରେଖ ବଦଳିବା ସହ ଉଦଘାଟନ ହୋଇଥିଲା । ଏହି ଅବସରରେ ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ , ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ, ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଏବଂ ପୂର୍ବତନ ସରପଞ୍ଚ ଉମାକାନ୍ତ ବିଷୋୟୀ ପ୍ରମୁଖ ଯୋଗ ଦେଇ ଉଦ୍ଘାଟନ କରିଥିଲେ lଏଥିସହ ଉପସ୍ଥିତ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିବା ସହ ଏହାକୁ ପରିଚାଳନା କରୁଥିବା ୫ ଟି ସଚିବ ପାଣ୍ଡିଆନକୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ରୂପାନ୍ତରୀକରଣ ଦ୍ଵାରା ଛାତ୍ରଛାତ୍ରୀଙ୍କ ପାଠପଢାରେ ଉତ୍ସାହ ବୃଦ୍ଧି ପାଇବ ଏବଂ ବୈଷୟିକ ଓ ଗୁଣାତ୍ମକ ଶିକ୍ଷା ଦ୍ୱାରା ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହୋଇପାରିବ ବୋଲି ରାଧାକୃଷ୍ଣ ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି ।

ଦିଗପହଣ୍ଡି ରୁ ହରି ରେଡ୍ଡୀ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *