ଦୁର୍ନିତ ଗସ୍ତ ଅଧିକାରୀକୁ ବହିଷ୍କାର ଦାବିରେ ଧର୍ମଘଟ

ଫୋକସ ପ୍ଲସ ୭/୬/୨୨(ବୌଦ୍ଧ): ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା କାମର ଦୁର୍ନୀତି ଓ ଦୁର୍ନୀତି ଅଧିକାରୀ ଙ୍କୁ ବହିଷ୍କାର ଦାବୀରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖୀନ ଧାରଣା ଦେଇଛନ୍ତି ଗ୍ରାମବାସୀ ।ସୂଚନା ଅନୁଯାୟୀ କଣ୍ଟାମାଲ ବ୍ଲକ କଣ୍ଟାମାଲ ପଂଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ରାସ୍ତାରେ 5ଲକ୍ଷ ଟଙ୍କାର ମାଟିକାମ ହୋଇଥିଲା ହେଲେ ଠିକାଦାର ମାଟି ଟିଏ ମଧ୍ୟ ନ ପକାଇ ମିଥ୍ୟା ବିଲ କରି ଠିକାଦାର ଓ ବିଭାଗୀୟ ଅଧିକାରୀ ଟଙ୍କା ହଡପ କରିଛନ୍ତି ତେଣୁ ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ପୂର୍ବରୁ ଏନେଇ କଣ୍ଟାମାଲ ବିଡ଼ିଓ ଓ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏହାର କୌଣସି ସମାଧାନ ନ ହେବାରୁ ଗତକାଲି ଠାରୁ ଗ୍ରାମର ଶତାଧିକ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।ଯଦି ଏହାର କୌଣସି ସମାଧାନ ନ କରନ୍ତି ଓ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଧାରଣା ରୁ ହଟିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *