ଦୁଃଖୀ ଦରିଦ୍ରଙ୍କ ସାହାରା ହେଲ୍ପ ଫୋର ୟୁ ଫାଉଣ୍ଡେସନ

ଫୋକସ ପ୍ଲସ ୭/୬/୨୨(ବସ୍ତା): କଥାରେ ଅଛି ଦୁଃଖ ପରେ ସୁଖ,ଆଉ ସୁଖ ପରେ ଦୁଃଖ ହେଲେ ଆଜି ଆମେ ଏକ ଏଭଳି ପରିବାର କଥା କହୁଛୁ, ଯେମିତି ଏହି ପରିବାର କୁ ଦୁଃଖ ର କଳା ବାଦଲ ର ଛାଇ ଛାଡି ଯିବାକୁ ପ୍ରସ୍ତୁତ ନୁହେଁ ।ବୁଝୁ ନାହିଁ ଗୋଟିଏ ମାଆ ର ମନ, ଆଜି ପାଗଳ ପୁଅର ମୁହଁ କୁ ଚାହିଁ କାନ୍ଦୁଛି ମାଆ, କାରଣ ମାଆ ବି କର୍କଟ ରୋଗରେ ଆକ୍ରାନ୍ତ। ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ବାଲେଶ୍ଵର ଜିଲ୍ଲାର ର ଭୋଗରାଇ ବ୍ଲକ ଅନ୍ତର୍ଗତ କୁସୁଡା ଗ୍ରାମର ରବିନ୍ଦ୍ର ଗିରି ଙ୍କ ପରିବାର କଥା ।ବିଗତ ୨୦୧୭ ମସିହା ପୂର୍ବରୁ ରବିନ୍ଦ୍ର ଓ ତାଙ୍କ ଧର୍ମପତ୍ନୀ ଓ କୁନି ପୁଅକୁ ନେଇ ଚାଲିଥିଲା ସୁନାର ସଂସାର। ରବିନ୍ଦ୍ର ଗିରି ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ।ଆଉ ଦିନେ ଅଚାନକ ଖବର ଆସିଲା ରବିନ୍ଦ୍ର କାର୍ଯ୍ୟ କରୁଥିବା ସମୟରେ ତାଙ୍କ ର ଦୈବ ଦୁର୍ଘଟଣା ଘଟିଛି।ଆଉ ସବୁ ଦିନ ପାଇଁ ସେ ଅକର୍ମଣ୍ୟ ପାଲଟି ଗଲେ।ଆଉ ସେଇ ଦିନ ଠାରୁ ପରିବାର ର ଦାଇତ୍ୱ ତାଙ୍କ ଧର୍ମପତ୍ନୀ ଉପରେ ପଡ଼ିଲା।ପାଖ ବିଦ୍ୟାଳୟ ରେ ରୋଷେଇ କରି ମାସକୁ କିଛି ଅର୍ଥ ରୋଜଗାର କରି ବହୁତ କଷ୍ଟରେ ସେ ପରିବାର ପ୍ରତିପୋଷଣ କରିବା ସହିତ ସ୍ଵାମୀ ଙ୍କର ଚିକିତ୍ସା କରୁ ଥିଲେ। ଏବଂ ଗ୍ରାମ ବାସିନ୍ଦା ମାନେ ମଧ୍ୟ ଗ୍ରାମରୁ ଅର୍ଥ ଆଦାୟ କରି ତାଙ୍କର ଉତ୍ତମ ସ୍ଵାସ୍ଥ୍ୟ ପାଇଁ ପ୍ରୟାସ କଲେ ଏହି ସମୟରେ ତାଙ୍କର ଧର୍ମ ପତ୍ନୀ ଙ୍କର ମଧ୍ୟ ସ୍ଵାସ୍ଥ୍ୟ ବିଗିଡି ବାରେ ଲାଗିଲା , ସନ୍ଦେହ ହେବାରୁ ଡାକ୍ତର ପରାମର୍ଶ କଲେ ହେଲେ ଡାକ୍ତର ରିପୋର୍ଟ ଦେଲେ ରବିନ୍ଦ୍ର ଗିରି ଙ୍କ ଧର୍ମ ପତ୍ନୀ ଗିତାଞ୍ଜଳି ଗିରି ଙ୍କୁ କର୍କଟ ରୋଗ ହୋଇଛି।ଆଉ ଭାଙ୍ଗି ପଡିଲେ ସ୍ଵାମୀ।ସେଇ ଚିନ୍ତାରେ ସ୍ଵାମୀ ଙ୍କର ଦେହାନ୍ତ ହେଲା। ଏବେ ମାଆ ପୁଅ ସମ୍ପୂର୍ଣ୍ଣ ଅସହାୟ ଓ ବେସାହାରା। ସବୁଠୁ ବଡ଼ କଥା ହେଲା ତାଙ୍କର ୨୦ବର୍ଷ ର ପୁଅ ମଧ୍ୟ ପାଗଳ।ସେ ବା କାହା ଭରସା ରେ ଜୀବନ ଅତିବାହିତ କରିବେ ଏହି ପରିସ୍ଥିତିରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ବ୍ଲକ ଠାରେ ଗଢ଼ି ଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ କୁ ସେଠାକାର ଗ୍ରାମ ବାସିନ୍ଦା ଖବର ଦେଲା ପରେ ସଙ୍ଗଠନ ର ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଜନ ସେବାକୁ ମହାନ ବ୍ରତ ବୋଲି ଭାବି ହେଲ୍ପ ଫର ୟୁ ଫାଉଣ୍ଡେସନ ତାଙ୍କ ଦୁଃଖ ସମୟରେ ସେ ପରିବାର ପାଖରେ ଛିଡ଼ା ହେଇ ଦେହାନ୍ତ ହୋଇ ଥିବା ରବିନ୍ଦ୍ର ଗିରିଙ୍କର ଅନ୍ତେଷ୍ଟି କ୍ରିୟା କ୍ରମ ପାଇଁ ଆର୍ଥିକ ସହାୟତା ୬୦୦୦/- କିଛି ମାସର ରେସନ ସାମଗ୍ରୀ, ପନିପରିବା,ଓ ପରିବାର କୁ ନୂତନ ବସ୍ତ୍ର ପ୍ରଦାନ କରିଛନ୍ତି।ସତରେ ଦର୍ଶକ ବନ୍ଧୁ ଏହି ସଙ୍ଗଠନ ର ଭାଇ, ଭଉଣୀ ମାନଙ୍କର ମହାନତା ପଣିଆକୁ ଆମେ ଧନ୍ୟବାଦ ଜଣାଉଛୁ। ସେମାନଙ୍କର ଏହି ମହାନ ଚିନ୍ତାଧାରା ର ମହାନ କାର୍ଯ୍ୟ କୁ ଅଞ୍ଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି।

ବସ୍ତା ରୁ ଚାନ୍ସେଲର ରାଉତ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *