ଆଇଓସିଏଲ୍ ସ୍ଥାୟୀ କର୍ମଚାରୀଙ୍କ ବିକ୍ଷୋଭ

ଫୋକସ ପ୍ଲସ ୦୮/୦୬/୨୨(ପାରାଦୀପ): ପାରାଦୀପ ତୈଳବିଶୋଧନାଗାର ରେ କାର୍ଯ୍ୟରତ ସ୍ଥାୟୀ କର୍ମଚାରୀମାନଙ୍କ ବିକ୍ଷୋଭ ପଦର୍ଶନ,ଦଶ ଦଫା ଦାବିନେଇ ପାରାଦ୍ବୀପ IOCL ମୁଖ୍ୟ ଫାଟକ ଆଗରେ ଶାନ୍ତିପୂର୍ଣ ବିକ୍ଷୋଭ ପଦର୍ଶନ ସହିତ ନାରାବାଜି ଦେଇଛନ୍ତି ଆଇଓସିଏଲ୍ ସ୍ଥାୟୀ କର୍ମଚାରୀମାନେ l ଆଇଓସିଏଲ୍ ରେ ରହିଥିବା ବ୍ରୟେଲର, ପି ଆଣ୍ଡ ୟୁ ବିଭାଗ ସହିତ ବିଭିନ୍ନ ବିଭାଗ ରେ କର୍ମଚାରୀ ମାନେ ବିନା ସେଫ୍ଟିରେ ବିପଜ୍ଜନକ ଭାବରେ କାର୍ଯ୍ୟକରୁଛନ୍ତି l କାର୍ଯ୍ୟକରିବାର ସମୟ ୮ ଘଣ୍ଟା ରହିଥିବା ବେଳେ ୩୨ଘଣ୍ଟା ଯୋରଯବର୍ଦସ୍ତି କାର୍ଯ୍ୟକରାଇ ମାସିକ ଦରାମା କାଟି ମାନସିକ ନିର୍ଯାତନା ଦେଉଛନ୍ତି , ମେଡିକାଲର ସୁବିଧା ଦେଇନଥିବା ସହ ଦଶ ଦଫା ଦାବିନେଇ ଅଭିଯୋଗ କରିଛି ପାରାଦ୍ବୀପ ରିଫାଇନାରି ଏମ୍ପ୍ଲୋୟର୍ସ ୟୁନିୟନ ଓ ଭରତୀୟ ମଜଦୁର୍ ସଂଘ | ଯଦି ଆଇଓସିଏଲ୍ କତ୍ରୁପକ୍ଷ ଏହାର ସମାଧାନ ନ କରନ୍ତି ତେବେ ଆସନ୍ତା ନଅ ତାରିଖରୁ ସମସ୍ତ ସ୍ଥାୟୀ କର୍ମଚାରିମାନେ ଧାରଣାକୁ ଓହ୍ଲାଇବେ ବୋଲି କର୍ମଚାରୀ ସଂଘ ପକ୍ଷରୁ ଚେତାବନି ଦେଇଛି |

 

ପାରାଦ୍ବୀପ ରୁ ମନୋଜ ସାହୁ, ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *