ଇଡକୋ ଦ୍ବାରା ଜମି ହଡ଼ପ

ଫୋକସ ପ୍ଲସ ୦୮/୦୬/୨୨(ଯୋଡ଼ା): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲୋଇଦାପଦା ପଞ୍ଚାୟତ ର ରୁଗୁଡ଼ି ଠାରେ ଥିବା ରୁଗୁଡି ପ୍ରାଥମିକ ବିଦ୍ୟାଳୟ ର ପଟ୍ଟା ଭୁକ୍ତ ଜମି କୁ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ (ଇଡିକୋ) ହାତେଇ ନେବାକୁ କୌଶଳ କରୁଥିବା ଗ୍ରାମବାସୀ ଓ ସରପଞ୍ଚ ତହସିଲଦାର ଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡିଛି, ମିଳିଥିବା ସୂଚନା ଅନୁଯାୟୀ ରୁଗୁଡ଼ି ପ୍ରାଥମିକ ବିଦ୍ୟାଳୟ ର ଜାଗା କୁ ବିଦ୍ୟାଳୟ ପକ୍ଷ ରୁ ଖେଳ ପଡିଆ କରିବା ସହ ଅନ୍ୟ କୌଣସି କାର୍ଯ୍ୟ ରେ ଲଗାଇବାକୁ ରଖା ଯାଇଛି ହେଲେ ଇଡକୋ ଉକ୍ତ ଜମିକୁ ନିଜ ଅଧୀନ ରେ ନେବା ପାଇଁ କୌଶଳ କରୁଥିବା ଜାଣି ରୁଗୁଡୀ ଗ୍ରାମବାସୀ ମାନେ ସରପଞ୍ଚ ଙ୍କୁ ଏ ସମ୍ବନ୍ଧ ରେ ଜଣାଇଥିଲେ, ଘଟଣା ର ସତ୍ୟା ସତ୍ୟ ଜାଣିବା ପରେ ସରପଞ୍ଚ ଓ ଗ୍ରାମବାସୀ ଏହାକୁ ଘୋର ବିରୋଧ କରିବା ସହ ବଡ଼ବିଲ ତହସିଲଦାର ଙ୍କୁ ପତ୍ର ମାଧ୍ୟମ ରେ ଜାଗା ଟି ର ସୁରକ୍ଷା ତଥା ବିଦ୍ୟାଳୟ ର ପଟ୍ଟା ଭୂକ୍ତ ଜାଗା ଟି ବିଦ୍ୟାଳୟ ରେକର୍ଡ଼ ରହିବା ସହ ଇଡକୋ କୁ ଦିଆ ନ ଯାଉ ବୋଲି ଦାବି ପତ୍ର ପ୍ରଦାନ କରିଛନ୍ତି, ତେବେ ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକୁ ସରସ ସୁନ୍ଦର୍ କରିବାକୁ ଲାଗି ପଡିଛନ୍ତି, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଉଦ୍ୟେଶ ରେ ଥିବା ଉକ୍ତ ଜାଗାକୁ ଇଡକୋ କିପରି ନିଜ ଅଧୀନ କୁ ନେବାକୁ ଚକ୍ରାନ୍ତ କରୁଛି ତାହା ଏବେ  ପ୍ରଶ୍ନବାଚୀ, ତେବେ ଉକ୍ତ ଜମି ବିଦ୍ୟାଳୟ ଅନ୍ତର୍ଭୁକ୍ତ ହୋଇ ରହିଲେ  ଭବିଷ୍ୟତ ରେ ସ୍କୁଲ ର ବିକାଶ ନିମନ୍ତେ ଉପଯୋଗୀ ହେଇ ପାରିବ ଦର୍ସାଇ ଗ୍ରାମବାସୀଙ୍କ ସମେତ ସରପଞ୍ଚ ବଡ଼ବିଲ ତହସିଲଦାର ଙ୍କ ନିକଟରେ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି l ଏ ସଂକ୍ରାନ୍ତ ରେ  ବଡ଼ବିଲ ତହସିଲଦାର ଆଲୋକ କୁମାର ପଟେଲ ଙ୍କ ସହ ଆଲୋଚନା କରାଯିବାରୁ କହିଥିଲେ ଯେ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି ଏବଂ ଏହା ଯାଞ୍ଚ ପରିସର ଭୂକ୍ତ ଅଛି, ଏହା  ଅଭିଯୋଗ କାରୀ ଙ୍କ ସପକ୍ଷ ରେ ରହିବ ବୋଲି କହିଥିଲେ  |

Leave a Reply

Your email address will not be published. Required fields are marked *