୫୦ଫୁଟ ତଳକୁ ଖସିଲା ପେଟ୍ରୋଲ ପମ୍ପ ଗାଡି ୪ ମୃତ

ଫୋକସ ପ୍ଲସ ୧୧/୬/୨୨ (ନୟାଗଡ଼): ନୟାଗଡ଼ ବଡ଼ପଣ୍ଡୁସରରେ ପୋଲତଳକୁ ଖସିପଡ଼ିଲା ଡିଜେଲ ଟ୍ୟାଙ୍କର I ଭୟଙ୍କରବିସ୍ପୋରଣରେ 4ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରୀତ କରାଯାଇଛି I ଗତ କାଲି ରାତି ପ୍ରାୟ 1. 45 ସମୟରେ ପାରାଦ୍ୱୀପରୁ ଡିଜେଲ ନେଇ ଆସୁଥିବା ଏକ ଟ୍ୟାଙ୍କର ନୟାଗଡ଼ ଇଟାମାଟି ଥାନା ଥାନା ବଡ଼ପଣ୍ଡୁସର ଠାରେ ବ୍ରିଜ ତଳକୁ ଖସିପଡ଼ିଥିଲା I ତେବେ ଟ୍ୟାଙ୍କର ଖସି ପଡିବା ପରେ ଭୟଙ୍କର ବିସ୍ପୋରଣ ହୋଇଥିଲା I ତେବେ ଏହି ବିସ୍ପରଣ ଦେଖି ୩ଜଣ ସ୍ଥାନୀୟ ଯୁବକ ଘଟଣାସ୍ଥଳକୁ ଯାଇଥିବା ବେଳେ ବିସ୍ପୋରଣରେ ଉଦ୍ଧାର କରିବାକୁ ଯାଇଥିବା ବେଳେ ବିସ୍ପୋରଣ ହୋଇ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି I ତେବେ ଚାରି ମୃତକଙ୍କ ନାମ ହେଲା ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଏବଂ ଚନ୍ଦନ ଖଟୁଆ I ତେବେ ଘଟଣା ସ୍ଥଳରେ ଦମକଳବାହିନୀ, ଆମ୍ବୁଲାନ୍ସ ଓ ଇଟାମାଟି ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟଜାରିରଖିଛନ୍ତି I ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏବି ବି ଲୋକ ମାନଙ୍କ ଭୟଭିତ ଅଛନ୍ତି |

Leave a Reply

Your email address will not be published. Required fields are marked *