ମୃତ୍ୟୁର ଦୁଇ ମାସ ପରେ ବି ମିଳିନି କ୍ଷତିପୂରଣ

ଫୋକସ ପ୍ଲସ ୧୨/୬/୨୨(ଯାଜପୁର): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ JSW କରଖାନା ଲୋଡୀଂ ସାଇଟ ରେ ଗତ ଅପ୍ରେଲ ମାସ ରେସଦୁର୍ଘଟଣା ଘଟି ଶ୍ରମିକ ମୃତ୍ଯୁବରଣ କରିଥିଲା।ଯାହା ର କ୍ଷତିପୁରଣ ଦାବି ରେ କାରଖାନା ଗେଟ ସମ୍ମୁଖରେ ଶବ ରଖି ଶ୍ରମିକ ଙ୍କ ଆନ୍ଦୋଳନ କରିଥିଲେ। ମୃତ ଶ୍ରମିକ ର ନାମ ଗୌତମ ଜୈନା, ସେ ପଶ୍ଚିମ ବଙ୍ଗ ର ହୋଇଥିବା ଯୋଗୁ ଆଜକୁ ପ୍ରାୟ ୨ ମାସ ହୋଇଥିବା ବେଲେ।ଶ୍ରମିକ ମୂତ ଘଟଣା ର କ୍ଷତିପୁରଣ ମିଲି ପାରିନାହିଁ। ସୂଚନା ଯୋଗ୍ୟ ଅପ୍ରେଲ ମାସ ୧୨ ତାରିଖ ରାତି 8.30 ରେ JSW ଲୋଡିଂ ସାଇଟ୍ ରେ ଦୁର୍ଘଟଣା ଘଟିଥିଲା ଶ୍ରମିକ ଙ୍କ ସହାୟତାରେ ତାଙ୍କୁ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ମେଦିନା ପୁର ଅଞ୍ଚଳ ହୋଇଥିବା ବେଳେ ଏହି ଘଟଣା କୁ ନେଇ । ଘଟଣା ସ୍ଥଳରେ ଚାପା ଉତେଜନା ଦେଖାଦେଇଥିଲା।ଜଖପୁରା ପୋଲିସ ପହଂଚି ଶ୍ରମିକ ମାନଙ୍କୁ ବୁଝାସୁଝା କରିବା ପରେ କାରଖାନା ର କାର୍ୟ୍ଯକର୍ତା,ଦାନଗଦୀ ଉପ ତହସିଲ ଦାର, ମୂତ ବ୍ଯକ୍ତି ର ଭାଇ ବସି ଆପସ ବୁଝିବଣା ପରେ କାରଖାନା ତରଫରୁ ୨୨ଲକ୍ଷ ଟଙ୍କା ଓ ଜଣକୁ ଚାକିରି ଦିଆଯିବ ଏବଂ ମୂତ ବ୍ଯକ୍ତି ସମସ୍ତ କାଗଜ ପତ୍ର ଆଣି ଦାଖଲ କଲାପରେ ଏହି ସାହାୟ୍ଯ ରାଶି ପ୍ରଦାନ କରାଯିବ ବୋଲି ଲିଖିତ ଆକାରରେ ଦେବାପରେ ଶ୍ରମିକ ମାନେ ଶାନ୍ତ ହୋଇଥିଲେ । ସବୁ କାଗଜ ପତ୍ର ଦାଖଲ କରିଥିବା କଥା ମ୍ରୁତ ବ୍ଯକ୍ତି ର ସମ୍ପର୍କୀୟ ସୂଚନା ଦେଇଛନ୍ତି। ମାତ୍ର ଦୁଇ ମାସ ପରେ ବି ତାଙ୍କର କ୍ଷତି ପୂରଣ ନମିଲିବା ଯୋଗୁଁ ମୁତ୍ଯୁବରଣ କରିଥିବା ପରିବାର ଏବେ ବହୁତ ଅସୁବିଧା ରେ ଥିବା ସୂଚନା ମିଲିଛି।ତେବେ ଏଠି ପ୍ରଶ୍ନ ସ୍ଥାନୀୟ ପ୍ରସାସନ ର କଣ କିଛି ଦାଇତ୍ୱ ନାହିଁ।କି ଦୁଇ ମାସ ହେବା ପରେ ଜଣେ ମୁତ୍ଯୁବରଣ କରିଥିବା ଶ୍ରମିକ ର ପରିବାର କିପରି ଭାବେର ତାର ହକ ପାଇପାରିବ ସେଥି ପାଇଁ କଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁ ସମୟରେ ଶ୍ରମିକ ମାନେ ଗେଟ୍ ଆଗରେ ଅନସନ କରିଥିଲେ ସେ ସମୟରେ କାରଖାନା ପାଇଁ ଯେପରି ତତ୍ପେର ହୋଇଥିବା ଦେଖିବାକୁ ମିଲୁଥିଲା। ମାତ୍ର ଏବେ ତାହା ଦେଖିବାକୁ ମିଲୁନଥିବା ସାଧାରଣ ରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଏହା ପଛରେ କାରଣ କଣ ହୋଇପାରେ ତାହା ଭଗବାନ ଙ୍କୁ ଜଣା ବୋଲି ମଧ୍ଯ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *