ବର୍ଷାଜଳ ନିଷ୍କାସନ ପାଇଁ ପୁଣି ଅନଶନ

ଫୋକସ ପ୍ଲସ ୧୩/୬/୨୨ (କେନ୍ଦ୍ରାପଡ଼ା):ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ରେ ବିକାଶର ନଗ୍ନ ଚିତ୍ର ଟୋପାଏ ବର୍ଷା ହେଲେ ଆଁଠିଏ ଉଚ୍ଚର ପାଣି। ଡ୍ରେନେଜ୍ ସୁବିଧା ନଥିବାରୁ ଘରେ ପଶୁଛି ପାଣି ଯେତେ ଗୁହାରି କଲେ ବି ସୁଣୁନି ପ୍ରଶାସନ । କେନ୍ଦ୍ରାପଡ଼ା ଜିଲ୍ଲା ର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନାମରେ ପୁରା ଚର୍ଚ୍ଚିତ ହେଲେ କାର୍ଯ୍ୟରେ ଅବ୍ୟବେବସ୍ତା । ଗରଦପୁର ବ୍ଲକ ପାଟକୁରା ପଞ୍ଚାୟତ ପାଟକୁରା ଗ୍ରାମରେ ଦୀର୍ଘ ବର୍ଷ ଧରି ଦେଖିବାକୁ ମିଳୁଛି ଅବ୍ୟବେବସ୍ତାର ଚିତ୍ର, ବର୍ଷାଦିନ ଆସିଲେ ପାଣିରେ ଦିନ ଦିନ କାଟୁଛନ୍ତି ୨୦୦ ପରିବାର । କାହିକିଁ ନା ଘରେ ପସେ ପାଣି ସାମ୍ନାରେ ପାଟକୁରା ଥାନା , ପଞ୍ଚାୟତ କାର୍ଯ୍ୟାଳୟ, ବଜାର ଗଢ଼ିଉଠିଥିବା ବେଳେ ପାଣି ବାଟକୁ ବନ୍ଦ୍ କରାଯାଇଛି ଯାହା ଫଳରେ ଜଳନିଷ୍କାସନ ର ସୁବିଧା ନାହିଁ । ଯାହା ଫଳରେ ଡ୍ରେନେଜ ପାଇଁ ବାରମ୍ବାର ବ୍ଲକ୍ ଓ ଜିଲ୍ଲା କାର୍ଯ୍ୟାଳୟ ରେ ଅଭିଯୋଗ କଲେବି କେହି ଶୁଣୁନଥିଲେ। ଯାହାକୁ ନେଇ ଗତ ମାସ ୨୭ ତାରିଖରେ ଆମରଣ ଅନଶନରେ ବସିଥିଲେ ପାଟକୁରା ଗ୍ରାମର କିଛି ଗ୍ରାମବାସୀ । ଗରଦପୁର ବ୍ଲକ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇ ଅନଶନ ଭଙ୍ଗନ କରିଥିଲେ ହେଲେ ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା । ପୁନର୍ବାର ସେହି ସମସ୍ୟାକୁ ନେଇ ଆଜିକୁ ଚାରି ଦିନ ଧରି ଅନଶନରେ ବସିରହିଛନ୍ତି ଲୋକେ । ଗୋଟେ ପଟେ ମୁଖ୍ୟମନ୍ତ୍ରୀ ନିଜେ ପାଟକୁରା କୁ ଦେଖିବେ ବୋଲି ନିର୍ବାଚନ ସମୟରେ କହିଥିଲେ ହେଲେ ଏବେ ଏଭଳି ପରିସ୍ଥିତିରେ କୁଆଡେ ଗଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ପାଟକୁରା ବାସୀ । ଖୋଦ୍ ପାଟକୁରା ର ଚିତ୍ର ଯଦି ଏଭଳି ରହୁଛି ତେବେ ପୁରା ପାଟକୁରା ନିର୍ବାଚନମଣ୍ଡଳୀ ର ଚିତ୍ର କେମିତି ଥିବ ଏଥିରୁ ସ୍ପଷ୍ଟ ଅନୁମୟ ।

କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *