୨୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଫୋକସ ପ୍ଲସ ୧୩/୬/୨୨ (ଲମତାପୁଟ): ପୁଣିଥରେ ମାଛକୁଣ୍ଡ ଥାନା ଲମତାପୁଟ ପୋଲିସକୁ ମିଳିଛି ବଡ ସଫଲତା । ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ କରି ଗଚ୍ଚିତ ରଖିଥିବା ବେଳେ ପିଲିସ କୈ।ଣସି ସୂତ୍ରରୁ ସୁଚନା ପାଇ ମାଛକୁଣ୍ଡ ଥାନା ଜଲାପୁଟ ପାଣ୍ଡି ଅଧିନ ବିଲାପୁଟ ନିକଟ ନୁଆଁ ଗାଁ ନଦୀ ଘାଟରେ ଲମତାପୁଟ ଓ ଜଲାପୁଟ ପୋଲିସ ଚଡାଉ କରି ଗଚ୍ଚିତ ରହିଥିବା ଗଞ୍ଜେଇ ଜବତ କରିଛି ହେଲେ ପୋଲିସ କାହାରିକୁ ଗିରୋଫ କରିପାରିନାହିଁ । ଜବତ ଗଞ୍ଜେଇ ଲମତାପୁଟ ପାଣ୍ଡିକୁ ଆଣି ଓଜନ କରିବା ପରେ ୩୧ଟି ବସ୍ତାରେ ୭୪୧ କେଜି ୫୦୦ଗ୍ରାମ ରହିଥିଲା ଓ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *