ଫୋକସ ପ୍ଲସ ୧୫/୬/୨୨(ବ୍ୟୁରୋ ): ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ l ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ହେଉଛି l ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି l ତେବେ ଗତକାଲି ପହିଲି ରଜ ଥିବା ବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଥିଲା l ଅଧିକ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ଅଣାୟତ୍ତ ହୋଇଥିଲା । ସେହିପରି ଅପରାହ୍ନ ସମୟରେ ରାଜ୍ୟର ବହୁ ସ୍ଥାନରେ ପାଗ ବଦଳିଥିଲା ଓ ବର୍ଷା ଆସିଥିଲା l ଅନୁଗୁଳରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା l ସେହିପରି ବାଲେଶ୍ୱରରେ ସବୁଠୁ ଅଧିକ ବର୍ଷିଥିଲା ବର୍ଷା l ଜିଲ୍ଲାରେ ୫୪ ମିଲିମିଟର ବର୍ଷା ରେକର୍ଡ ହୋଇଛି l ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ପାରଳାଖେମୁଣ୍ଡି, ଓ ଜଗତସିଂହପୁର, ନୟାଗଡ଼ ଓ ନୂଆପଡ଼ା ଓ କନ୍ଧମାଳରେ ପ୍ରାକ୍ ମୌସୁମୀ ବର୍ଷା ହୋଇଥିବା ସୂଚନା ଦିଆଯାଇଛି l ସେହିପରି କେନ୍ଦୁଝରରେ, ଦାରିଙ୍ଗିବାଡ଼ିରେ, ପାରଳାଖେମୁଣ୍ଡି,ଯାଜପୁର, ନୟାଗଡ଼, ଭଦ୍ରକ, ଚାନ୍ଦବାଲି, ନୂଆପଡ଼ା, ପାରାଦୀପ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ହୋଇଛି । ତେବେ ଆସନ୍ତା ୫ଦିନ ଯାଏଁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି । ବର୍ଷା ସହ ଘଡଘଡି ଓ ଜୋର୍ରେ ପବନ ବି ବହିବ ବୋଲି ଆଇଏମ୍ଡି ମଧ୍ୟ ସୂଚନା ଦେଇଛି l ସେପଟେ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ଆସି ପହଞ୍ଚିଲେ ବି ବିଶେଷ ବର୍ଷା ନାହିଁ ବୋଲି କୁହାଯାଇଛି l ବୁଧବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି ଓ ଗଞ୍ଜାମରେ ବର୍ଷା ହେବାର ସମ୍ଭାବନା ରହିଛି l
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |