କାଳ ସାଜିଲା ପହିଲି ରଜର ପ୍ରଥମ ବର୍ଷା

ଫୋକସ ପ୍ଲସ ୧୫/୬/୨୨(କୋରାପୁଟ): କୋରାପୁଟ ଜିଲ୍ଲା ଲମତାପୁଟ ରେ ଆଜି ଦିନ ୧୧ଟା ରୁ ୧୨ଟା ସମୟରେ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇଥଲା ବେଳେ ବଜ୍ରପାତରେ କୁମାରଗନ୍ଧନା ପଞ୍ଚାୟତ ହିଙ୍ଗେଇପୁଟ ଗ୍ରାମର ୧୭ଟି ଗୃହ ପାଳିତ ପଶୁର ମୃତ୍ୟୁ ଘଟିଛି । ଗ୍ରାମର ଲଛମନ କିର୍ଶାନୀ ଗାଈ ମାନଙ୍କୁ ଚୋରେଇବା ପାଇଁ ନେଇ ଥିଲା ବେଳେ ହଟାତ ଘଡଘଡି ସହ ବର୍ଷା ହେଇ ଗାଈ ମାନଙ୍କ ପାଖରେ ବଜ୍ରପାତ ପଡ଼ି ଆଖି ଆଗରେ ୧୦ଟି ଗାଈ ଓ ୭ଟି ଛେଳି ର ଜୀବନ ଚାଲିଗଲା । ଅଳ୍ପକେ ଗାଈ ଚୋରାଳି ଲଛମନର ଜୀବନ ବଞ୍ଚି ଗଲା । ଏକାଥରରେ ବହୁ ସଂଖ୍ୟକ ଗୃହପାଳିତ ପଶୁକୁ ହରାଇ ଥିବା ଯୋଗୁଁ ଗ୍ରାମର ପଦମ କିର୍ଶାନୀ, ସଦା କିର୍ଶାନୀ, ସୁକ୍ରା କିର୍ଶାନୀ, ବନମାଳୀ କିର୍ଶାନୀ ଓ ଚନ୍ଦ୍ର କିର୍ଷାନି ଦୁଃଖରେ ଭାଙ୍ଗି ପଡିଛନ୍ତି ।

 

କୋରାପୁଟ ଜିଲ୍ଲା ରୁ ଗୋପୀନାଥ ହଞ୍ଜରିଆଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *