ଦନ୍ତାହାତୀ ଆକ୍ରମଣରେ ଜୀବନ ଗଲା

ଫୋକସ ପ୍ଲସ ୧୭/୦୬/୨୨(ରାଇରଙ୍ଗପୁର): ବଣୁଆ ଦନ୍ତାର ଆକ୍ରମଣରେ ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ ଜୀବନ |ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡର ବିଶୋଇ ଥାନା ମଣଦା ରେଞ୍ଜର ବନଖଣ୍ଡ ଅନ୍ତର୍ଗତ ଦେଓପଟା ଗ୍ରାମରେ ଅଘଟଣ ଘଟିଯାଇଛି। ଦନ୍ତାହାତୀ ଆକ୍ରମଣରେ ରତନା ସୋରେନ ନାମକ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ହାତୀ ମୃତ ବ୍ୟକ୍ତିଙ୍କ ବାଡ଼ିରେ ଥିବା ପଣସ ଖାଇବାକୁ ଆସିଥିବା ବେଳେ ରତନା ହାତୀ କୁ ଘଉଡାଇବାକୁ ଯାଇ ହାତୀ ହାବୁଡରେ ପଡି ଯାଇଥିଲେ। ଦନ୍ତାହାତୀ ଅକ୍ରମଣରେ ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ଲୋକେ ବନଖଣ୍ଡ ଅଧିକାରୀଙ୍କୁ କ୍ଷତିପୂରଣ ଦାବି କରିଛନ୍ତି।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *