କଂଗ୍ରେସ କମିଟି ପକ୍ଷରୁ ଧାରଣା

ଫୋକସ ପ୍ଲସ ୧୭/୦୬/୨୨(ବୌଦ୍ଧ): କଂଗ୍ରେସ ମୁଖ୍ୟାଳୟ ଭିତରେ ପଶି ଦିଲ୍ଲୀ ପୋଲିସ କରିଥିବା ଦମନଲୀଳା ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗାନ୍ଧୀ ପରିବାରକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିବା ପ୍ରତିବାଦରେ ଆଜି ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛି ବୌଦ୍ଧ ଜିଲ୍ଲା କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ନବକୁମାର ମିଶ୍ରଙ୍କ ନେତୃତ୍ବରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ,ଏଥିରେ କଂଗ୍ରେସ ନେତା ଶାନ୍ତନୁ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ନାରାୟଣ ପରିଛା, ଉଦୟ ନାଥ ଶର୍ମା ପ୍ରମୁଖ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ରହି ନାରାବାଜି ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ବିକ୍ଷୋଭରେ ଯେଉଁ ଭଳି ଭାବରେ ରାହୁଲ ଗାନ୍ଧୀ ଏବଂ ସୋନିଆଙ୍କ ଗାନ୍ଧୀଙ୍କ ବିରୋଧରେ କେନ୍ଦ୍ର ସରକାର ଏବଂ ତାଙ୍କ ସରକାର ଦିଲ୍ଲୀ ପୋଲିସ୍ ଓ ଇଡ଼ି ମାଧ୍ୟମରେ ଆକ୍ରୋଶ ମୂଳକ, ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ କାର୍ଯ୍ୟକଳାପ କରାଉଛନ୍ତି ତାକୁ ଦୃଢ ନିନ୍ଦା କରିଛି ବୌଦ୍ଧ ଜିଲ୍ଲା କଂଗ୍ରେସ । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ସମନ ଜାରି କରିଛି । ଲାଗାତର 3 ଦିନ ହେବ ରାହୁଲ ଗାନ୍ଧୀଙ୍କୁ ଜେରା କରିଛି । ସବୁ ରାଜ୍ୟରେ କଂଗ୍ରେସ ରାଜରାସ୍ଥା କୁ ଓହ୍ଲାଇଛି। ଅନେକ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖିଥିଲା । ବିଜେପି ସରକାରର ପ୍ରତିଶୋଧ ରାଜନୀତି ଓ ପୋଲିସ ବର୍ବରତା ପ୍ରତିବାଦରେ ଜିଲ୍ଲା ମୁଖ୍ୟ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା କଂଗ୍ରେସ କମିଟି ।ଏନେଇ ପ୍ରତିକ୍ରିୟା ରଖିଛନ୍ତି ,ଜିଲ୍ଲା କଂଗ୍ରେସ କମିଟି ର ସଭାପତି ନବ କୁମାର ମିଶ୍ର ।

Leave a Reply

Your email address will not be published. Required fields are marked *