ଏନ୍. ସି. ସି. ବାର୍ଷିକ ତାଲିମ ଶିବିର ଉଦଯାପିତ

ଫୋକସ ପ୍ଲସ ୧୭/୦୬/୨୨(ଖୋର୍ଦ୍ଧା): ଖୋର୍ଦ୍ଧାର ହଳଦୀପଦାସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ ‘ଏ’ ରେ ଦୀର୍ଘ ୬ ଦିନ ଧରି ଚାଲି ରହିଥିବା ଓ୍ବାନ୍ ଓଡିଶା ଆର୍ ଆଣ୍ଡ୍ ଭି ସ୍କ୍ବାଡେନ୍, ଭୁବନେଶ୍ବର ତରଫରୁ ବାର୍ଷିକ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବରେ ରାଜନଗର
ଡି. ଏଫ୍. ଓ. ଶ୍ରୀଯୁକ୍ତ ଯଜ୍ଞଦତ୍ତ ପତି ଓ ମାନ୍ୟବର ଅତିଥି ଭାବରେ ଟ୍ରିପଲ ‘ଏ’ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ମହାନ୍ତି ଯୋଗ ଦେଇଥିଲେ । କ୍ୟାଡେଟମାନଙ୍କର ଏହି ବିଦାୟକାଳୀନ ସଭାକୁ ଲେଫ୍ଟନାଣ୍ଟ୍ କର୍ଣ୍ଣଲ ଏସ୍. କେ. ମିଶ୍ର ସଞ୍ଚାଳନ କରିଥିଲେ । ମୁଖ୍ଯ ଅତିଥି ଶ୍ରୀଯୁକ୍ତ ପତି କ୍ୟାଡେଟମାନଙ୍କର ସମ୍ମୁଖରେ ତାଙ୍କ ଛାତ୍ର ଜୀବନରେ ନେଇଥିବା ଏନ୍. ସି. ସି. ଅଭିଜ୍ଞତା ବାଣ୍ଟିଥିଲେ । ତାଲିମ ସମୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ବ ଲାଭ କରିଥିବା କ୍ୟାଡେଟମାନଙ୍କୁ ମାନ୍ୟବର ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା । ପରିଶେଷରେ ଓ. ୟୁ. ଟି.ର , ଏ. ଏନ୍. ଓ. ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ବିଶ୍ବାଳ ଅତିଥିମାନଙ୍କ ସମେତ ସମସ୍ତ କ୍ୟାଡେଟ୍ ଏବଂ ଶିବିରରେ ଉପସ୍ଥିତ ଥିବା ସମସ୍ତ ସଦସ୍ଯମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।ରାତିରେ ଶିବିର ଉଦଯାପନର ପ୍ରତୀକ ସ୍ଵରୂପ ” ବର୍ଣ୍ଣ ଫାୟାର” ର ଆୟୋଜନ କରାଯାଇଥିଲା ଯାହାକୁ ସମସ୍ତେ ମନ ଭରି ଉପଭୋଗ କରିଥିଲେ ଏବଂ ତା୧୭\୦୬\୨୦୨୨ ରିଖ ଶୁକ୍ରବାର ଦିନ ସକାଳ ୯ଟାରେ କ୍ୟାଡେଟମାନେ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave a Reply

Your email address will not be published. Required fields are marked *