ଅସହାୟ ବୃଦ୍ଧାଙ୍କ ଲୁହ ପୋଛିଲା ବରିଷ୍ଠ ନାଗରିକ ଆଇନ

ଫୋକସ ପ୍ଲସ ୧୮/୦୬/୨୨ (ନବରଙ୍ଗପୁର): ବରିଷ୍ଠ ନାଗରିକ ଙ୍କ ପାଇଁ ଥିବା ଆଇନ ଆଜି ଜଣେ ଅସହାୟ ବୃଦ୍ଧା ର ଲୁହ ପୋଛି ପାରିଛି। ଆଜି କୋର୍ଟ ର ଏକ ଐତିହାସିକ ଶୁଣାଣି ପରେ ନ୍ୟାୟ ମିଳିଛି।ବିଧବା ବୃଦ୍ଧା ଙ୍କ ଦୁଃଖ କାହାଣୀ ହେଉଛି। ନବରଙ୍ଗପୁର ସହର ସ୍ଥିତ ଚାମୁରିୟା ଗୁଡା ଅଞ୍ଚଳ ର ଏକ ବିଧବା ବୁଢ଼ୀ ଦୟାମଣି ହରିଜନ।ସାତ ଭାଇ ର, ଜଣେ ଭଉଣୀ ହେଇଥିବାରୁ ବହୁ ଗେଲରେ ବଢିଥିଲେ। ହେଲେ ଭଗବାନ ଏ ଖୁସି ସହି ପାରିଲେ ନାହିଁ ।ଗତ 10 ବର୍ଷ ତଳୁ ତାଙ୍କ ସ୍ୱାମୀ ଚାଲିଗଲେ।ଦିନ ମଜୁରିଆ ସ୍ୱାମୀ ଚାଲିଗଲା ପରେ ଅସହାୟ ଦୟାମଣି ଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନଥିଲା । ବୁଢ଼ୀ ବୟସ ରେ ତାଙ୍କ ସେବା କରିବା ପାଇଁ ତାଙ୍କର କେହି ନାହାନ୍ତି। କେବଳ 3 ଝିଅ ଓ ଝିଅ ମାନେ ବି ବିବାହ କରି ଶାଶୂଘରେ ରହୁଛନ୍ତି।ଏ ଭଳି ପରିସ୍ଥିତି ରେ ଦୟାମଣୀ ନିଜ ପୈତୃକ ସମ୍ପତି ୨୧ ସେଣ୍ଟ ଅର୍ଥାତ ୯୧୪୬.୭୬ ସ୍କେଆର ଫୁଟ ର ଜାଗା ରୁ ମାତ୍ର ୨ ସେଣ୍ଟ ୮୭୧.୧୨ ସ୍କେଆର ଫୁଟ ଜମି ରେ ଏକ ଭଙ୍ଗା ଦଦରା ଘର କରି ଦିନ କାଟାଉଥିଲେ । ସରକାର ଙ୍କ ଆବାସ ଯୋଜନା ରେ ଘର ଖଣ୍ଡିଏ ପାଇବା ପାଇ ଆବେଦନ କରିବା ପରେ ତାଙ୍କ ଦୁଃଖ ବଢିବାକୁ ଲାଗିଲା।ଦୟାମଣି ଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ।ତାଙ୍କ ମୃତ ଭାଇଙ୍କ ପୁଅ ହରିହର ହରିଜନ ଏବଂ ତାଙ୍କ ପୁଅ ବୋହୂ ମାନେ ସେଠି ଆବାସ ଘର ତିଆରି କରି ପାରିବୁ ନାହିଁ ତୋର ସେ ଜାଗା ରେ କୌଣସି ଅଧିକାର ନାହିଁ କହି ଘଉଡ଼ାଇ ଦେଇଥିଲେ। ଏପରିକି ତାଙ୍କ 3 ଝିଅ ମଧ୍ୟ ମା ପାଖକୁ ଗଲେ ସେମାନ ଙ୍କୁ ମଧ୍ୟ ଗାଳି ଗୁଲଜ କରି ଧମକ ଦେଇ ଆସୁଥିଲେ।ଅସହାୟ ଦୟାମଣି ପର ବାରଣ୍ଡା ରେ ମୁଣ୍ଡ ଗୁଂଜି ଶେଷ ରେ 3 ଝିଅ ଓ ଜ୍ୱାଇଁ ଙ୍କ ସହାୟତାରେ ଥାନା ରେ ଏବଂ ଉପଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଉପଜିଲ୍ଲାପାଳ ଙ୍କ କୋର୍ଟ ରେ ଦୟାମଣି ଆଉ ହରିହର ଙ୍କ ସହ ଓକିଲ ମାନଙ୍କ ଉପସ୍ଥିତି ରେ ଉପଜିଲ୍ଲାପାଳ କେସ ର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି।ଦୟାମଣି ଙ୍କ ପୈତୃକ ସମ୍ପତି ରେ ତାଙ୍କର ଅଧିକାର ଅଛି।ସେ ରହୁଥିବା 2 ସେଣ୍ଟ ଜାଗା ରେ ତାଙ୍କ ନାଁ ରେ ଆବାସ ଯୋଜନା ରେ ଘର ନିର୍ମାଣ ହେବ।ତାସହ ତାଙ୍କ ଝିଅ ଜ୍ୱାଇଁ ଆସି ତାଙ୍କ ସେବା କରି ପାରିବେ।ରାୟ ଶୁଣେଇବା ପରେ ଦୟାମଣି ଙ୍କ ମୁହଁରେ ହସର ଲହରି ଖେଳି ଯାଇଥିଲା। ନିଜ ଅବଶିଷ୍ଠ ଦିନ ତକ ଶାନ୍ତି ରେ କାଟି ବା ପାଇଁ ଏ ରାୟ ଆସିଥିବାରୁ ସେ ଉପଜିଲ୍ଲାପାଳ ଙ୍କୁ ଧନ୍ୟବାଦ ଜଣେଇଛନ୍ତି। ଏ ଖବର ପ୍ରଚାରିତ ହେବା ପରେ ସହର ର ସମସ୍ତ ବରିଷ୍ଠ ନାଗରିକ ଙ୍କ ସହ ବିଭିନ୍ନ ମହଲରେ ଏହି ଆଇନ କୁ ନେଇ ଖୁସି ର ବାତାବରଣ ସୃଷ୍ଟି ହେଇଛି ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ୍ ସାବନ୍ ଖୁରା ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *