ଦୋଛକି ରେ ନିରୀହ ଜୀବନ

ଫୋକସ ପ୍ଲସ ୧୮/୦୬/୨୨ (କାମାକ୍ଷାନଗର): କାମାକ୍ଷାନଗର ରାଜପଥ ହେଉଛି ଚିକଣ l କିନ୍ତୁ ବଢ଼ି ଚାଲିଛି ରାଜପଥ ରେ ଖାଲ ଖମା l କାମାକ୍ଷାନଗର ସହର ମଧ୍ୟ୍ୟ ଦେଇ ଯାଇଥିବା 53ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ମରଣ ଯନ୍ତା l ସହର ର ଆଳତୁମା ଠାରୁ ଜିରିଡାମାଳି ପର୍ଯ୍ୟନ୍ତ ରାସ୍ତାରେ ଅନେକ ଖାଲଖମା ହେଉଥିବା ବେଳେ ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ଘଟୁଛି l ବର୍ଷା ଦିନ ପୂର୍ବରୁ ଯଦି ଅଦିନିଆ ବର୍ଷା ରେ ଏହି ରାସ୍ତାରେ ଆଣ୍ଠୁଏ ପାଣି ରହୁଛି ତେବେ ଏନଏସି ତରଫରୁ ହେଉଥିବା ସ୍ୱଚ୍ଛ ଭାରତ ଅଭିଯାନ ଏକ ପ୍ରହସନ ପାଲଟିଛି l ବର୍ଷା ଦିନ ପୂର୍ବରୁ ସହର ର ସମସ୍ତ ରାସ୍ତା ଓ ବିଶେଷ କରି 53ନମ୍ବର ଜାତୀୟ ରାଜପଥ କିପରି ଏହି ଖାଲ ଖମା ରୁ ଦୁରେଇ ରହି ଲୋକଙ୍କ ସମସ୍ୟା ର ସମାଧାନ ହେବ ସେ ନେଇ କାମାକ୍ଷାନଗର ବାସୀ ଚାହ୍ନି ରହିଛନ୍ତି |

Leave a Reply

Your email address will not be published. Required fields are marked *