ମନ୍ଦିର ଲୁଟିଲେ ଦୁର୍ବୁତ୍ତ

ଫୋକସ ପ୍ଲସ (ବଡ଼ମ୍ବା)୨୦/୦୬/୨୨: ବଡ଼ମ୍ବା ଥାନା ଅନ୍ତର୍ଗତ ଝାଜିଆ ଗ୍ରାମରେ ଥିବା ଶିବଙ୍କ ମନ୍ଦିରରୁ ବିଭିନ୍ନ ସାମଗ୍ରୀ ଚୋରି। ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୧ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ବଡ଼ମ୍ବା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଝାଜିଆ ଗ୍ରାମରେ ଥିବା ଶିବ ମନ୍ଦିରରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ପ୍ରଥମେ ପୂଜାରୀ ଜାଣିବା ପରେ ମନ୍ଦିର କମିଟି କୁ ଜଣାଇଥିଲେ। ମନ୍ଦିର କମିଟି ପ୍ରଥମେ ଗ୍ରାମବାସୀ ମାନଙ୍କ ମାଧ୍ୟମରେ ବହୁ ଖୋଜା ଖୋଜି କରିଥିଲେ।ଚୋରି ହୋଇଥିବା କୌଣସି ସାମଗ୍ରୀର ସନ୍ଧାନ ନପାଇବାରୁ ମନ୍ଦିର କମିଟି ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଡମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି |

Leave a Reply

Your email address will not be published. Required fields are marked *