ବ୍ଲକ କାର୍ଯ୍ୟଳୟକୁ ଫେରିଲେ ଶହ ଶହ ଆଦିବାସୀ

ଫୋକସ ପ୍ଲସ (ଚିତ୍ରକୋଣ୍ଡା) ୨୧/୦୬/୨୦୨୨ : ବିଭିନ୍ନ ଦାବୀ ନେଇ ଆଜି ଚିତ୍ରକୋଣ୍ଡା ଅଞ୍ଚଳର ଶହ ଶହ ଆଦିବାସି ଲୋକେ ବ୍ଲକ କାର୍ଯ୍ୟାଳୟ ଘେରାଓ କରିଥିଲେ । ହେଲେ ଘେରାଓ ସମୟରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ସେଠାରେ । ଚିତ୍ରକୋଣ୍ଡା ପୋଲିସ ଉପରେ ପୁର୍ବରୁ ରାଗ ରଖିଥିବା ଆଦିବାସି ଲୋକେ ଥାନା ଘେରାଓ କରିବା ସହ ଥାନାର ମୁଖ୍ୟ ଗେଟ ଭାଙ୍ଗି ଭିତରେ ପ୍ରବେଶ କରିବା ପେର ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି । ଘଟଣା ସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିା ବେଳେ ଆଦିବାସି ମେଳିରେ ଯୋଗ ଦେଇଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନି ପତି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରି ଘରକୁ ପଠାଇଛନ୍ତି ।
ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଚିତ୍ରକୋଣ୍ଡା ଅଞ୍ଚଳର ଆଦିବାସି ଲୋକଙ୍କୁ ସବୁ ସୁବିଧା ମିଳିଥିବା ସରକାର କହୁଛନ୍ତି ହେଲେ ବର୍ତ୍ତମାନ ସୁଦ୍ଧା ୮ ଟି ପଞ୍ଚାୟତ ଉପରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିନଥିବା ଅଭିଯୋଗ କରିଛନ୍ତି ସ୍ଥାନିୟ ଆଦିବାସି ଲୋକେ । ନୁଆଗୁଡା, ଦୋରାଗୁଡା, ଗୁଣ୍ଡାବେଡା, ପାପୁଲୁର ଓ କୁର୍ମାନୁର ପରି ଦୁର୍ଗମ ଅଞ୍ଚଳର ଆଦିବାସି ଲୋକେ ବର୍ତ୍ତମାନ ସୁଦ୍ଧା ଅବହେଳିତ ରହିଥିବା ଜଣା ପଡିଛି । ଏହି ସବୁ ପଞ୍ଚାୟତରେ ଗମନା ଗମନ ଲାଗି ଭଲ ରାସ୍ତା ନଥିବା ବେଳେ ଦିର୍ଘ ବର୍ଷ ଧରି ପାନିୟ ଜଳ ସଂଙ୍କଟ ଲାଗି ରହିଛି । ଏଠାକାର ଗରିବ ଆଦିବାସି ଲୋକଙ୍କୁ ଆବାସ ଯୋଜନାରେ ଘର ମିଳୁନଥିବା ବେଳେ ବୁଢା ବୁଢି ମାନଙ୍କୁ ଭତ୍ତା ମଧ୍ୟ ମିଳୁ ନାହି । ଏପରି ଅନେକ ଦାବୀ ନେଇ ଆଜି ଚିତ୍ରକୋଣ୍ଡା ଅଞ୍ଚଳର ଶହ ଶହ ଆଦିବାସି ଲୋକେ ବ୍ଲକ କାର୍ଯ୍ୟାଳୟ ଘେରାଓ କରିଥିଲେ । ଆଦିବାସିଙ୍କ ଏହି ମୌଳିକ ସମସ୍ୟାକୁ ସମର୍ଥନ କରି ମେଳିରେ ଯୋଗ ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ।
ଆଦିବାସିଙ୍କ ରାଲି ଚାଲିଥିବା ବେଳେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ପୁର୍ବରୁ ଚିତ୍ରକୋଣ୍ଡା ପୋଲିସ ଉପରେ ରାଗ ରଖିଥିବା ଆଦିବାସି ଲୋକେ ଥାନାର ମୁଖ୍ୟ ଫାଟକ ଭାଙ୍ଗି ଥାନା ଭିତରେ ପ୍ରବେଶ କରିବା ସହ ପୋଲିସ ଗାଡି ଭଙ୍ଗା ରୁଜା କରିଛନ୍ତି । ଗତ କିଛି ଦିନ ତଳେ ପୋଲିସ ଆର.ଏସ.ସି ୧୩ ଗାଁକୁ ଯାଇଥିଲେ ଗଞ୍ଜେଇ ଧରିବା ଲାଗି । ହେଲେ ଗାଁରେ କୌଣସି ଗଞ୍ଜେଇ ମିଳିନଥିବା ବେଳେ ଏସ.ଡି.ପି.ଓ ଙ୍କ ନିର୍ଦ୍ଦେଶ କ୍ରମେ ଗାଁର କିଛି ଯୁବକଙ୍କୁ ପୋଲିସ ଉଠାଇ ଆଣିଥିଲା । ଏହା ସହ ଘରେ ଥିବା ମୋଟର ସାଇକେଲ ଓ ଆସବାହ ପତ୍ରକୁ ପୋଲିସ ନଷ୍ଟ କରିଦେଇଥିବା ବେଳେ ଆଦିବାସି ମହିଳାଙ୍କୁ ନିସ୍ତୁକ ଭାବେ ପିଟିଥିଲା । ଘଟଣାରେ ପ୍ରାୟ ୨୦ ଜଣ ଆଦିବାସି ମହିଳା ଆହତ ହୋଇଥିଲେ । ଘଟଣାକୁ ନେଇ ଆଦିବାସି ଲୋକେ ମାଲକାନଗିରି ଏସ.ପି.ଙ୍କୁ ଅବଗତ କରିଥିଲେ ହେ ଏସ.ପି ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଯାହାକୁ ନେଇ ଆଦିବାସି ଲୋକେ ଉତ୍ତକ୍ତ ହୋଇ ଥାନା ଘେରାଓ କରିଥିଲେ । ହେଲେ ଆଦିବାସି ମେଳିରେ ଯୋଗ ଦେବାକୁ ଯାଇଥିବା କଂଗ୍ରେସ ବିଧାୟକ ତାରା ବାହିନିପତି ଆଦିବାସି ଲୋକଙ୍କୁ ବିଝା ସୁଝା କରି ଘରକୁ ପଠାଇଛନ୍ତି ।ନିଜର ହକ୍ ପାଇଁ ଚିତ୍ରକୋଣ୍ଡାରେ ଆଦିବାସିଙ୍କ ଶୋଭାଯାତ୍ରା ଓ ଘେରାଓ ହୋଇଛି ହେଲେ ସରକାର ସେମାନଙ୍କ ଅସୁବିଧାକୁ ଯଦି ଦୃଶ୍ଟି ନଦିଅନ୍ତି ତାହା ହେଲେ ଏହି ଆନ୍ଦୋଳନ ଯେ ଉଗ୍ର ରୁପ ଧାରଣ କରିବ ଏଥିରେ ସନ୍ଦେହ ନାହି ।

ଚିତ୍ରକୋଣ୍ଡା ରୁ ବଳରାମ ଭତ୍ରାଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *