ଡାକ୍ତରଙ୍କ ଦୁର୍ବ୍ୟବହାରର ଶିକାର ସାମ୍ବାଦିକ

ଫୋକସ ପ୍ଲସ (ରାଜଗାଙ୍ଗପୁର) ୨୧/୦୬/୨୦୨୨ : ଡାକ୍ତରଙ୍କୁ ଭଗବାନ ବୋଲି ଭାବି ରୋଗୀମାନେ ଚିକିତ୍ସା ପାଇଁ ଡାକ୍ତର ପାଖକୁ ଯାଇଥାନ୍ତି।କିନ୍ତୁ ଡାକ୍ତର ରୋଗୀଙ୍କ ଦେହରେ ହାତ ନଲଗାଇ ଚିକିତ୍ସା କରିବା ଏବଂ ରାଜଗାଙ୍ଗପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞ ବିଭାଗର ଡାକ୍ତର ପ୍ରଦୀପ କୁମାର କର ଚିକିତ୍ସିତ ହେବା ପାଇଁ ଆସୁଥିବା ଶିଶୁ,ମହିଳା ଏବଂ ତାଙ୍କର ଅଭିଭାବକ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ରାଜଗାଙ୍ଗପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ୬ମାସ ପୂର୍ବେ ଜିଲ୍ଲା ଖଣିଜ ପାଣ୍ଠି ବିଭାଗ ଦ୍ଵାରା ନିଯୁକ୍ତି ପାଇଥିବା ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ଅବସରପ୍ରାପ୍ତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର କରଙ୍କ ନାଁରେ। ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ବାରମ୍ବାର ଡାକ୍ତରନାଁରେ ଅଭିଯୋଗ ହେଉଛି।ଏହି ଅବସରପ୍ରାପ୍ତ ଡାକ୍ତର ରାଉରକେଲାର ଶାସକ ଦଳର ବିଧାୟକଙ୍କର ଚାଟୁକାରୀତା କରି ପ୍ରତି ମାସ ୨ଲକ୍ଷରୁ ଉର୍ଦ୍ଧ୍ବ ଦରମା ନେଇ ନିଯୁକ୍ତି ପାଇଛନ୍ତି।ବଡ ଦୁଃଖର ବିଷୟ ଏହି ଡାକ୍ତର ମାସିକ ଲକ୍ଷାଧିକ ଟଙ୍କାର ଦରମା ପାଇବା ପରେ ମଧ୍ୟ ଚିକିତ୍ସା ପାଇଁ ଆସୁଥିବା ଶିଶୁ ଏବଂ ମହିଳା ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ସମସ୍ୟା ସମ୍ପର୍କରେ ସୂଚନା ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଡାକ୍ତରଙ୍କର ପ୍ରତିକ୍ରିୟା ନେବା ସମୟରେ ଡାକ୍ତର ପ୍ରଦୀପ କୁମାର କର ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ପାଇଁ ପଛାଉନାହାନ୍ତି।ଠିକ ସମୟରେ ଉକ୍ତ ଡାକ୍ତର ଡାକ୍ତରଖାନାକୁ ଆସୁନଥିବାରୁ ଚିକିତ୍ସା ପାଇଁ ଆସୁଥିବା ମହିଳା ଏବଂ ଶିଶୁରୋଗୀ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ରାଜ୍ୟ ସରକାର ରାଜ୍ୟରେ ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପୁଳାପୁଳା ଯୋଜନା କରିଛନ୍ତି।କିନ୍ତୁ ରାଜଗାଙ୍ଗପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାସିକ ଲକ୍ଷ ଲକ୍ଷ ଟଙ୍କା ଦରମା ନେଇ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର କରୁଛନ୍ତି।ଯାହା ଫଳରେ ଶିଶୁ ମାନଙ୍କୁ ଚିକିତ୍ସା ପାଇଁ ଆଣୁଥିବା ଗରୀବ ଏବଂ ଅସହାୟ ମାଆ ବାପା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହିଭଳି ଡାକ୍ତରଙ୍କୁ ତୁରନ୍ତ ଉକ୍ତ ଡାକ୍ତରଖାନାରୁ ବହିଷ୍କାର କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *