ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରେ ଧାରଣା

ଫୋକସ ପ୍ଲସ (ବାଲେଶ୍ୱର)୨୨/୦୬/୨୦୨୨: ସ୍ୱାସ୍ଥ୍ୟ ବିଭାଗ ର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ମାନ ପ୍ରସ୍ତୁତ କରୁଥିବା ବେଳେ, ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ମାନେ କିପରି ଭାବେ ଉନ୍ନତ ଚିକିତ୍ସା ପାଇପାରିବେ ସେନେଇ ମଧ୍ୟ ଉଦ୍ୟମ କରୁଛନ୍ତି। ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଡାଇଲୋଷିସ ବିଭାଗ ରେ ପାଣି ର ସୁବିଧା ନ ଥିବାରୁ, ରୋଗୀ ମାନେ ଚିକିତ୍ସା ଅଧିକାରୀ ଙ୍କ କାଯ୍ୟାଳୟ ଙ୍କ ସମ୍ମୁଖ ରେ ଧାରଣା ଦେବା ସହ ତୁରନ୍ତ ପାଣି ସମସ୍ୟା ଦୂରକରିବା ପାଇଁ ଦାବି କରିଥିଲେ। ସୂଚନା ଅନୁଯାୟୀ କିଡ଼ିନି ଜନିତ ରୋଗୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଡ଼ାଇଲୋସିସ ହେବା ପାଇଁ ସକାଳ 8ଟା ରୁ 12ଟା, 12ଟା ରୁ 4ଟା ଓ 4ଟା ରୁ ରାତି 8 ମଧ୍ୟରେ, ପ୍ରାୟ 40ରୁ ଅଧିକ ରୋଗୀ ଡ଼ାଇଲୋସିସ କରିଥାନ୍ତି। କିନ୍ତୁ ଆଜି ରୋଗୀ ମାନେ ନିର୍ଦ୍ଧାରିତ ସମୟରେ ଡ଼ାଇଲୋସିସ ପାଇଁ ଆସିଥିଲେ, ହେଲେ ଡ଼ାଇଲୋସିସ ରୁମ୍ ରେ ପାଣି ସମସ୍ୟା ଦେଖଦେଇଥିବାରୁ ଡ଼ାଇଲୋସିସ ହୋଇପାରିନଥିଲା। ଏ ନେଇ ରୋଗୀମାନେ ଅଭିଯୋଗ କରିବାରୁ କୌଣସି ସୋନ୍ତୋଷ ଜନକ ଉତ୍ତର ମେଡିକାଲ୍ କର୍ତ୍ତୁପକ୍ଷ୍ୟ ଦେଇନଥିଲେ। ଫଳରେ ରୋଗୀ ଙ୍କ ସମ୍ପକିୟ ନିରାକାର ପରିଡା ଓ ସପନ ପରିଡା ବାଧ୍ୟ ହୋଇ ଧାରଣା ଦେଇଥିଲେ। ତାଙ୍କ ଅଭିଯୋଗ ଅନୁସାରେ ଦିନ କୁ 12 ରୁ 40ଜଣ ରୋଗୀ ଜିଲ୍ଲା ଚିକିଷ୍ୟାଲୟ କୁ ଡ଼ାଇଲୋସିସ ପାଇଁ ଆସନ୍ତି, ହେଲେ ଡ଼ାଇଲୋସିସ ବିଭାଗ ରେ ବହୁ ଅସୁବିଧା ହେଇଥାଏ। ବିଶେଷ କରି ପାଣି ର ସୁବିଧା ନ ଥିବାରୁ ରୋଗୀ ମାନେ ଗୁରୁତ୍ଵର ହୋଇଥାନ୍ତି। ପ୍ରାୟ ପ୍ରତି ମାସ ବହୁଥର ଏହି ସମସ୍ୟା ଦେଖାଦେଉଥିବା ରୁ ରୋଗୀଙ୍କ ସମ୍ପର୍କୀୟ ଧାରଣା ରେ ବସି ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଥିଲେ। ଧାରଣାସ୍ଥଳ ରେ ରେ ବାଲେଶ୍ୱର ଜିଲ୍ଲା ଯନସ୍ବାସ୍ଥ୍ୟ ଅଧିକାରୀ ତଥା admo dr, ମୃତ୍ୟୁଞ୍ଜୟ ମିଶ୍ର ପହଞ୍ଚି ରୋଗୀ ଙ୍କ ସହ ଆଲୋଚନା କରିଥିଲେ, ଏବଂ ଏହାର ସମାଧାନ କାଟିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *