ସଭିଏଁ ପଢ଼ନ୍ତୁ , ସଭିଏଁ ବଢ଼ନ୍ତୁ ନାମକୁ ମାତ୍ର, ଶ୍ରମିକ ଭାବେ କାମ କରୁଛନ୍ତି ଛାତ୍ରଛାତ୍ରୀ

ଫୋକସ ପ୍ଲସ (ବାଲେଶ୍ୱର)୨୨/୦୬/୨୦୨୨: ଡାବୁଗାଁ ବ୍ଲକରେ ସ୍କୁଲ୍ ଗୁଡିକରେ ପାଠପଢା ସନ୍ତୋଷ ଜନକ ହେଉନଥିବା ଦୃଶ୍ୟ ସାମ୍ନାକୁ ଆସୁଛି। କୁନିକୁନି ପିଲାମାନଙ୍କୁ ବିଦ୍ୟାଳୟ ଗୁଡିକରେ ହିଁ ବିନା ପାରିଶ୍ରମିକରେ ଶିଶୁଶ୍ରମିକ ଭଳି କାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ସୂଚନାଯୋଗ୍ୟ :- ଖୁଟୁଗୁଡାରେ ପିଲାମାନେ ସ୍କୁଲରେ ଏବଂ ସ୍କୁଲ ବାହାର ରାସ୍ତାକଡରେ ମଧ୍ୟ ଅସୁରକ୍ଷିତ ଅବସ୍ଥାରେ କାମ କରୁଥିବା ଦେଖିବାକୁ ମିଳିଛି । ଏ ବିଷୟରେ ବିଦ୍ୟାଳୟକୁ ଯାଇ 10 ଘଣ୍ଟା ଅପେକ୍ଷା କରିଥିଲେ ହେଁ କୌଣସି ଶିକ୍ଷକଙ୍କ ଦେଖା ମିଳି ନଥିଲା । ଏବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେବି ସେ କୌଣସି ପଦକ୍ଷେପ ନେଇନଥିବା ଜଣାପଡିଛି । ଶିକ୍ଷାର ମାନ ବଡାଇବା ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି “ଯୋଜନା ପ୍ରଣୟନ କଲେ ବୋଲି ନିଜ ଢୋଲ ନିଜେ ବଜାଇବା” କଥା ପରି ରାଜକୋଷରୁ କୋଟି କୋଟି ଟଙ୍କା ବିନିଯୋଗ କରି ବିଜ୍ଞାପନ ଦେଇ କାମ ସାରି ବସି ଯାଉଛନ୍ତି ।ପ୍ରକୃତପକ୍ଷେ ତାହା କାର୍ଯ୍ୟକାରୀ ହେଲାକି ନାହିଁ ଦେଖୁବାକୁ କେହି ନାହାନ୍ତି” ସବୁ ଯୋଜନା କେବଳ କାଗଜ କଲମରେ ସୀମିତ ଥିବା ଦେଖିବାକୁ ମିଳୁଛି ।

ଶିଶୁଟି କିଭଳି ସମସ୍ତ ଶୋଷଣ , ଯନ୍ତ୍ରଣା ,ଠାରୁ ମୁକ୍ତି ପାଇପାରିବ । ଏକ ନିଶ୍ଚିନ୍ତ ଓ ନିରାପତ୍ତା ସୁରକ୍ଷିତ ଜୀବନଯାପନ କରିବ ।ଏଥି ପାଇଁ ଆମ ସରକାର ୨୦୧୦ ମସିହା ଏପ୍ରିଲ ୧ ଠାର ୬ରୁ ୧୪ବର୍ଷ ଯାଏଁ ଶିଶୁମାନଙ୍କୁ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରିଛନ୍ତି । ଫଳରେ ସେମାନେ ବିଦ୍ୟାଳୟ ଯିବେ । ଶିଶୁ ଶ୍ରମିକ ପ୍ରଥାରୁ ମୁକ୍ତି ପାଇବେ । ଏଥିପାଇଁ ସର୍ବଶିକ୍ଷା ଅଭିଯାନ ଆମ ଦୁଆରେ ଉଭା ହୋଇଛି । ‘ ସଭିଏଁ ପଢ଼ନ୍ତୁ , ସଭିଏଁ ବଢ଼ନ୍ତୁ ‘ ହେଉଛି ସର୍ବଶିକ୍ଷା ଅଭିଯାନର ମୁଖ୍ୟ ଲକ୍ଷ୍ୟ । ଏହାରମାନେ ୬ – ୧୪ବର୍ଷ ଶିଶୁମାନେ ନିଶ୍ଚିତ ଭାବେ ବିଦ୍ୟାଳୟକୁ ଯିବେ ; ସେଠି ମାଗଣାରେ ୧୪ବର୍ଷ ଯାଏଁ ପଢ଼ିବେ ଏବଂ ସ୍ବାସ୍ଥ୍ୟକର ପରିବେଶରେ ନିରୋଗଭାବେ ବଢ଼ିବେ । ଅର୍ଥାତ୍ ପୂର୍ବପରି ଏମାନେ ଶିଶୁଶ୍ରମିକ ଭାବେ ଖଟିବେ ନାହିଁ । ମୋଟ ଉପରେ ଶିଶୁ ଶ୍ରମିକ ପ୍ରଥା ସଂପୂର୍ଣ୍ଣ ଉଚ୍ଛେଦହେବ । ଶିଶୁମାନଙ୍କୁ ଶ୍ରମ ମୁକ୍ତ ରଖିବା ପାଇଁ ଶିଶୁ ଶ୍ରମିକ ଆଇନ ରହିଛି । ୧୯୮୬ ଶିଶୁ ଶ୍ରମିକ ଆଇନ ଅନୁସାରେ ୧୩ଟି ବିପଜ୍ଜନକ ସଂସ୍ଥା ଓ ୫୭ଟି ବିପଦପୂର୍ଣ୍ଣ ସଂସ୍ଥାରେ ୧୪ବର୍ଷରୁ କମ୍ ବୟସର ପିଲାଙ୍କୁ ନିଯୁକ୍ତି ନିଷେଦ୍ଧ କରାଯାଇଛି । କିନ୍ତୁ ସରକାରଙ୍କ ସବୁ ଯୋଜନା ଫେଲ ମାରିଛି ଡାବୁଗାଁ ବ୍ଲକରେ । ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପିଲାମାନଙ୍କ ପାଇଁ ଆସିଥିବା ବହିଗୁଡ଼ିକ ଉଇ ଖାଉଛି, ଶେଷରେ ଏହି ବହିଗୁଡିକୁ ନିଆଁରେ ପୋଡିଜାଳି ଦେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏଥିରେ ହସ୍ତକ୍ଷେପ କରି ଡାବୁଗାଁ ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଉଦ୍ୟମ କଲେ ଭଲ ହୁଅନ୍ତା ।

Leave a Reply

Your email address will not be published. Required fields are marked *