ଲୁଟେରାଙ୍କ ନଜରରେ ମନ୍ଦିର ହୁଣ୍ଡୀ

ଫୋକସ ପ୍ଲସ (ଜଗତସିଂହପୁର)୨୨/୦୬/୨୦୨୨: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ହୁଣ୍ଡି ତାଡି ଲକ୍ଷାଧିକ ଟଙ୍କା ଚୋରି।ବିଳମ୍ବିତ ରାତିରେ ଦାନବାକ୍ସ ତାଲା ତାଡି ଲୁଟିନେଇଥିବା ଅଭିଯୋଗ ହୋଇଛି।ଗୋରେଖନାଥଙ୍କ ସମ୍ମୁଖରେରେ ୨ନମ୍ବର ଦାନବାକ୍ସରୁ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଲୁଟିନେଇଥିବା ଜଣାପଡିଛି।ଗୋରେଖନାଥଙ୍କ ପୀଠରେ ପୋଲିସ ଆଉଟପୋଷ୍ଟରେ କର୍ମଚାରୀ, ପୀଠର ରାତି ଜଗୁଆଳି ସହ ସିସିଟିଭି କ୍ୟାମେରା ଥିବା ସତ୍ୱେ ଚୋରି ହୋଇଛି।ଆନୁମାନିକ ଆଠ ଲକ୍ଷ ଉର୍ଦ୍ଧ ଟଙ୍କା ଲୁଟ ହୋଇଥିବା କୁହାଯାଇଛି।ବିଳମ୍ବିତ ରାତି ୧୨.୩୦ରୁ ଏକ ଘଟିକା ମଧ୍ୟରେ ଚୋରି ହୋଇଥିବା ଜଣେ ପ୍ରତେକ୍ଷଦର୍ଶୀ କହିଛନ୍ତି।ପୀଠ ମଧ୍ୟରେ ଜଣେ ମାନସିକଧାରୀ ଅଧିଆ ପଡିଥିବା ବେଳେ ତାଙ୍କ ସମ୍ପର୍କୀୟ ବାହାରକୁ ଉଠିଥିବା ବେଳେ ଦାନବାକ୍ସ ତାଡି ଦୁଇ ଜଣ ଦୁର୍ବୁତ୍ତ ଲୁଟିନେଉଥିବା ଦେଖି ଡାକ ପକାଇଥିଲେ।ରାତି ଜଗୁଆଳି ପୋଲିସ କର୍ମଚାରୀ ଉଠିବା ପୁର୍ବରୁ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ।ଘଟଣା ସମ୍ପର୍କରେ ପୂଜକ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପରକୁ ଆଙ୍ଗୁଳି ଉଠାଉଥିବା ବେଳେ ଘଟଣାର ସିସିଟିଭି ଫୁଟେଜ ରେ ଦୁର୍ବୁତ୍ତଙ୍କର କାରନାମା ଦେଖିବାକୁ ମିଳିଛି।କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ପୋଲିସ ଏପର୍ଯ୍ୟନ୍ତ ପହଞ୍ଚି ନାହାଁନ୍ତି।

Leave a Reply

Your email address will not be published. Required fields are marked *