୧୪ବର୍ଷର ଅଜଣା ରୋଗ, ସାହାଯ୍ୟ ଅପେକ୍ଷାରେ ପୁଷ୍ପଲତା

ଫୋକସ ପ୍ଲସ (କନ୍ଧମାଳ)୨୨/୦୬/୨୦୨୨: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ଼ ବ୍ଳକ ରଜାସାହି ରେ ରହୁଥିବା ବିଧବା ମା ଙ୍କ ଘରେ ଆଜକୁ ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ହେବ ପୁଷ୍ପଲତା ନିଜ ମା ଙ୍କ ଘରେ ନିଜ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି | ବିଧବା ମା ନିଜ ରୋଗଗ୍ରସ୍ତ ଝିଅ ପାଇଁ ବା କଣ କରିପାରିବ |ଏଣୁ ପୁଷ୍ପଲତା ମୃତ୍ୟୁ ସହ ସଂଘର୍ଷ କରୁଥିବା ନେଇ ବିଧବା ମା ନିରୁପାୟ ହୋଇ ଭଗବାନ ଉପରେ ଭରସା ରଖିଛନ୍ତି। ଏହି କ୍ଷେତ୍ରରେ ବିଧବା ମାଙ୍କର ୫୦୦ ଶହ ଟଙ୍କା ଭତ୍ତା ରେ ନିଜ ଝିଅ କୁ ଚିକିତ୍ସିତ କରିବ ନା ପରିବାର ପେଟ ପୋଷଣ କରିବ। ଏଣୁ ଦୁଃଖ କଷ୍ଟ ରେ ରହିଥିବା ଯୋଗୁଁ ପୁଷ୍ପଲତା ର ଚିକିତ୍ସା ପାଇଁ ଅର୍ଥ ବା କୋଉଠୁ ଆଣିବେ। ପୁଷ୍ପଲତା କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ହରଲଙ୍ଗା ଗ୍ରାମ ର ପିତାମ୍ବର ଦାଙ୍ଗଡା ମାଝି ଙ୍କୁ ବିବାହ କରିଥିଲେ। ଏହି କ୍ଷେତ୍ରରେ ପୁଷ୍ପଲତା ଙ୍କ ୩ ଟି ସନ୍ତାନ ବି ଅଛନ୍ତି। ଏହା ପରେ ପୁଷ୍ପଲତା ଙ୍କୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ କନ୍ଧମାଳ ମୂଖ୍ୟ ଚିକିତ୍ସାଳୟ ଯାଇଥିଲେ ଓ ପରେ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଚିକିତ୍ସିତ ହେବା ସମୟରେ ପୁଷ୍ପଲତା ଙ୍କୁ କିଡନୀ ରୋଗ ଆକ୍ରାନ୍ତ ହେଇଛି। ଏବଂ ଦୁଇ ଟି ଯାକ କିଡନୀ ଖରାପ ହେଇଛି ବୋଲି କହି ଡାକ୍ତର ଘରକୁ ଫେରେଇ ଦେଇଥିଲେ। ସ୍ବାମୀ ଯେତେବେଳେ ଜାଣିଲେ ପୁଷ୍ପଲତା କିଡନୀ ରୋଗରେ ଆକ୍ରାନ୍ତ ହେଇଛନ୍ତି ବୋଲି ସେହି ଦିନ ଟୁ ନିଜର ସଂସାର କରିଥିବା ସ୍ତ୍ରୀ ଙ୍କୁ ହାତ ଛାଡି ଦେଇଛନ୍ତି। ଏହି ଦିଗରେ ଗଣମାଧ୍ୟମ ସଂଘ ତରଫରୁ ତଥା ସାମ୍ବାଦିକ ଫିଲିପ୍ ଦିଗାଲ ଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ଟିମ୍ ସଦାନନ୍ଦ ପରାସେଟ୍ ଅଧ୍ୟକ୍ଷତାରେ ମିଳିତ ରଜାସାହି ରେ ରହୁଥିବା ପୁଷ୍ପଲତା ଙ୍କୁ ସ୍ଥାନୀୟ ମେଡ଼ିକାଲରେ ଜଇନ୍ କରି ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି। ଏହି କ୍ଷେତ୍ରରେ ବିଧବା ମା ଝିଅ ପୁଷ୍ପଲତା ପାଇଁ ସେ ପ୍ରଶାସନ ଉପରୁ ଆଶା ରଖି ନିଜ ଭାଗ୍ୟ ଆଦରି ମୁଣ୍ଡରେ ହାତ ଦେଇ ଏକ ମାତ୍ର ଝିଅ କୁ ମୁହଁ ଚାହିଁ ଆଖି ରୁ ଲୁହ ଲୁହାଣ ଝରାଉ ଛନ୍ତି। ଏହି ଦିଗରେ ବିଧବା ମା ଝିଅ ପୁଷ୍ପଲତା ପାଇଁ ଅନୁରୋଧ କରି ଯେକୌଣସି ବାଦାନ୍ଯ ବ୍ୟକ୍ତି ବିଶେଷ କିମ୍ବା କୌଣସି ସ୍ବେଛାସେବୀ ସମାଜ ସେବୀ ଜିଲ୍ଲା ଥିବା ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ଆଇନ ଜିବୀ ଏହି ଅସହାୟ ପୁଷ୍ପଲତା ଙ୍କୁ ଚିକିତ୍ସା କରାଯିବା ନିମନ୍ତେ ଅଭିବକ୍ତ କନ୍ଧମାଳ ଜିଲ୍ଲା ଗଣମାଧ୍ୟମ ସଂଘ ଜରୀଆରେ ନିବେଦନ କରାଯାଇଛି। ଏହି ପୁଷ୍ପଲତା ପ୍ରତି ସରକାର ଦୃଷ୍ଟି ରେ ରଖି ତୁରନ୍ତ ପଦକ୍ଷେପ ନେଇ ଉନ୍ନତ ମାନର ଚିକିତ୍ସା କରାଇଦେଲେ ବିଧବା ମା ଓ ଅଭିବକ୍ତ କନ୍ଧମାଳ ର ସମସ୍ତେ ଖୁସି ହେଇ ପାରିଥାନ୍ତେ। ଏହି କ୍ଷେତ୍ରରେ ପୁଷ୍ପଲତା ଏବଂ ବିଧବା ମା ସରକାର ଙ୍କ ଠାରୁ ସହଯୋଗ ପାଇବା ଅପେକ୍ଷା ରେ ଆଶାବାଦୀ ରଖିଛନ୍ତି।

କନ୍ଧମାଳ ରୁ ବିଦ୍ୟାଧର ନାୟକ ଖବର।

Leave a Reply

Your email address will not be published. Required fields are marked *