ସର୍ବସାଧାରଣ ସମ୍ପତ୍ତି ନିଲାମ୍

ଫୋକସ ପ୍ଲସ (କୋକସରା)୨୪/୦୬/୨୦୨୨: ଗୁରୁବାର କୋକସରା ବ୍ଲକ କାଉଡୋଳା ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ଅଧୀନରେ ଥିବା ସର୍ଵ ସାଧାରଣ ସମ୍ପତି ବନ୍ଧ, ସାଗର, ଆସନ୍ତା ୨୦୨୨/୨୩ ଓ ପରବର୍ତ୍ତୀ ବର୍ଷ ପାଇଁ ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ ଧାର୍ଯ୍ୟ ମୂଲ୍ୟ ମିଆଦ ଅନୁସାରେ ନିଲାମ ପାଇଁ ବୈଠକ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ନିଲାମ ବୈଠକ ରେ କାଉଡୋଳା ପଂଚାୟତ ର ବିଭିନ୍ନ ଗ୍ରାମର ଜନସାଧାରଣ ଉପସ୍ଥିତ ରହିଥିଲେ। ପଞ୍ଚାୟତ ର ସ୍ୱୟଂ ସହାୟକ ଗୋଷ୍ଟି ଙ୍କୁ ଏହି ନିଲାମ ପ୍ରକ୍ରିୟା ରେ ଅଗ୍ରାଧିକାର ଦିଆଯାଇଛି। ନିଲାମ ବୈଠକରେ ବ୍ଲକ ଅଧିକାରୀ ଅଶୋକ କୁମାର ସେଠୀ ସମେତ ପଞ୍ଚାୟତ ପିଇଓ ନିଳାଦ୍ରୀ ମେହେର,ସରପଞ୍ଚ ଦେବୀସିଂ ତାଣ୍ଡି, ସମିତି ସଭ୍ୟା ବୈଦେହୀ ବେଶ୍ରା, ନାଏବ ସରପଞ୍ଚ ଜୟନ୍ତୀ ବେଶ୍ରା ଉପସ୍ଥିତ ରହି ନିଲାମ ପ୍ରକ୍ରିୟା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *