ବିଦ୍ୟାଳୟରେ ତାଲା, ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଫୋକସ ପ୍ଲସ (ନୟାଗଡ)୨୫/୦୬/୨୦୨୨: ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ, ସୂଚନା ଅନୁଯାୟୀ ବାଇଗୁଣିଆ ପଞ୍ଚାୟତ ବୋରଗାଁ ସ୍କୁଲ ୧୯୫୪ ମସିହାରେ ସ୍ଥାପିତ ହୋଇଥିଲା । ଏହି ବିଦ୍ୟାଳୟରେ ବର୍ତ୍ତମାନ ୧୩୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲା ବେଳେ ଏପର୍ଯ୍ୟନ୍ତ କୋୖଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ କତ୍ତୃପକ୍ଷ ଙ୍କୁ ବାରମ୍ବାର ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଆଜି ସ୍କୁଲ ଆଗରେ ଗ୍ରାମବାସୀ ଏବଂ ଛାତ୍ର ଛାତ୍ରୀ ଧାରଣ ଦେଇଛନ୍ତି ତେବେ ଅଭିଯୋଗ ମୁତାବକ ଦୀର୍ଘ ୧୦ବର୍ଷ ଧରି ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ସୁବାସିନୀ ଦେଇ ବିଦ୍ୟାଳୟର ସାମୁହିକ ବିକାଶ କରିବା ପାଇଁ କୌଣସି ଚେଷ୍ଟା କରୁନାହିଁନ୍ତି କି ତାଙ୍କ ସ୍ୱାମୀ ପ୍ରଭାବଶାଳୀ ବ୍ୟକ୍ତି ହେଉଥିବା ରୁ ଠିକରେ ସ୍କୁଲ ମଧ୍ୟ ଆସୁନାହାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଠିକରେ ଶିକ୍ଷା ଦାନ ହେଉନାହିଁ, ଅଫିସ ଗୃହରେ ମୋବାଇଲରେ ସମୟ ବିତାଇବା ଏବଂ ନିମ୍ନ ମାନର ଖାଦ୍ୟ ପିଲାମାନଙ୍କୁ ଦେବା ଆଦି ଅଭିଯୋଗକୁ ନେଇ ଗ୍ରାମବାସୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ଗ୍ରାମବାସୀ ଙ୍କ ଅଭିଯୋଗ ହେଉଛି ଯେ ଖୁବଶୀଘ୍ର ଉକ୍ତ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅନ୍ୟତ୍ର ବଦଳି ଦାବିରେ ଗ୍ରାମବାସୀ ଏକତ୍ର ହୋଇ ଧାରଣାରେ ବସିଛନ୍ତି, ଏହି ସମସ୍ୟା ବିଷୟରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଭାପୁର ବ୍ଲକ ଗୋଷ୍ଟୀ ଶିକ୍ଷା ଅଧିକାରି ପ୍ରଭାକର ସାମନ୍ତରାୟ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି |

ନୟାଗଡ ଭାପୁରରୁ ନାରାୟଣ ପଲେଇଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *