ଦୂର ହଉନି ଦାଦନର ଦୁଃଖ

ଫୋକସ ପ୍ଲସ ( ରାୟଗଡା)୨୭/୦୬/୨୦୨୨: ଥମିବାର ନା ନେଉନି କାଶୀପୁର ବ୍ଲକରେ ଦାଦନ ର ଦୁଃଖ l କାଶୀପୁର ରେ କେତେବେଳେ ଅନାହାର ରେ ମୃତ୍ୟୁ ତ କେତେବେଳେ ବିଭିନ୍ନ ରୋଗ ସବୁ ଜୀବନର ସମଶ୍ୟା ସହିତ ଛନ୍ଦି ହଉଛି l ଯେ କହିବାକୁ ଗଲେ ସମସ୍ତ ସରକାର ଙ୍କ ଯଜନା ଫେଲ ମାରିଛି ଯାହା ଫଳରେ କିଛି ଗ୍ରାମାଞ୍ଚଳ ମାନଙ୍କରେ ସରକାର ଯଜନା ଯଜନା ରୁ ଅଧା ବାଟରେ ଦଲାଲ ଙ୍କ କବ୍ଜା ରେ ରହିଯାଉଛି l ସରକାର ଙ୍କ M.G.N. R.E.G.A ଯଜନା କହିଲେ ଶ୍ରମ କୁ ଆଖିଠାର ଶଦୃଶ୍ୟା I କାଶୀପୁର ମାଟିରେ ଗଡି ଉଠିଥିବା ଶିଳ୍ପ ଉତ୍କଳ ଆଲୁମିନା କୁ ଅଞ୍ଚଳବାସି ସ୍ୱାଗତ ଜଣାଇ ଆଶା ରଖିଥିଲେ ଯେ କାଶୀପୁର ର ଶିକ୍ଷିତ ବେକାର ଯୁବକ ଯୁବତୀ କମ୍ପାନୀ ରେ ନିଯୁକ୍ତି ପାଇ ସ୍ୱାବଲମ୍ବି ହଇ ପାରିବେ କିନ୍ତୁ ପରିତାପର ବିଷୟ ଉକ୍ତ କମ୍ପାନୀ ରେ ସ୍ଥIନୀୟ ଯୁବକ ଯୁବତୀ ଙ୍କୁ ମିଳୁନାହିଁ ଫଳରେ ବାଧ୍ୟ୍ୟ ହଇ ରଜଗାର ପାଇଁ ଆନ୍ଧ୍ର କେରଳ ଭଳି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି I ଏହି ବର୍ଷ ସାତ ଜଣଙ୍କ କେରଳ ଓ ଆନ୍ଧ୍ର ରାଜ୍ୟରୁ ଶବ ହଇ ଗାଁ ମସାଣି କୁ ଫେରିଛନ୍ତି I 2019 ନିର୍ବାଚନରେ ସ୍ଥାନୀୟ ବିଧାୟକ ସ୍ୱIଧିନ ପାର୍ଥୀ ଭାବେ ଗାଁ କୁ ଗାଁ ବୁଲି ଭଟ ଭିକ୍ଷI ସହ ଅଞ୍ଚଳ ର ଗାଁ ଗାଁ ବୁଲି ସ୍ଥାନୀୟ କମ୍ପାନୀ ରେ ନିଯୁକ୍ତି ଦେବେବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ I ରାୟଗଡା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବରେ ନିର୍ବାଚିତ ହେଲେ କିନ୍ତୁ କହିବାକୁ ଗଲେ ନିର୍ବାଚନ ଜିତିବା ପରେ ନିରୀହ ଜନସାଧାରଣ ଭଟ ଦେଇ ଜିତାଇ ଥିବା ଅଞ୍ଚଳ ବାସି ବାରମ୍ବାର ଅଭିଯୋଗ କରୁଛନ୍ତି ଏମିତି ଅନେକ ସମଶ୍ୟା ଅଛି ଯାହାଫଳରେ ମୌଳିକ ସୁବିଧା, ଦାଦନ ଶବ ହଇ ଫେରୁଛନ୍ତି ଏମିତି ଗତ କିଛି ମାସ ଭିତରେ କାଶୀପୁର ବ୍ଲକ ବାଙ୍କାମ୍ବ, ଖୁରୀଗାଁ ଆମରସିଂ ଗୁଡା , ତଳଝିରି ଗାଁ ର ଯୁବକ କେରଳ ରୁ ସବ ହଇ ଫେରି ଥିବାବେଳେ ପାଇକସୁପେଲ ଗ୍ରାମର ମଣିରାମ ଗୌଡ଼ଙ୍କ ଶବ ମଧ୍ୟ ଗ୍ରାମକୁ ଆସିଛି l କହିବାକୁ ଗଲେ ଏଠାରେ ପ୍ରତିଷ୍ଠିତ ଶିଳ୍ପ ଉତ୍କଳ କମ୍ପାନୀ ହେଉ କିମ୍ବା ସରକାର ଙ୍କ ଯଜନା ଦାଦନ ସମଶ୍ୟା ର ସମାଧାନ କରି ପାରିନାହିଁ l

Leave a Reply

Your email address will not be published. Required fields are marked *