ଅଚିହ୍ନା ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

ଫୋକସ ପ୍ଲସ (କଳାହାଣ୍ଡି)୨୯ /୦୬/୨୦୨୨: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରି ଗ୍ରାମରେ ଘଟି ଯାଇଛି ଏକ ଅଘଟଣ । ଘରେ ଶୋଇଥିବା ବେଳେ ଯୁବକଙ୍କୁ କୌଣସି ଏକ ବିଷାଧର ସାପ କାମୁଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ଜଣକ ହେଲେ ଅଦଳ ପୁଝାରୀଙ୍କ ପୁଅ ଲୋକନାଥ ପୁଝାରୀ (୨୮) । ସୂଚନା ଅନୁସାରେ, ରାତିରେ ଘରେ ଶୋଇଥିବାବେଳେ ରାତି ପ୍ରାୟ ୧ ଟା ସମୟରେ ଏକ ବିସାଧର ସାପ ତାଙ୍କୁ କାମୁଡି ଦେବାରୁ ସେ ଗୁରୁତର ହୋଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଲୋକନାଥ ମୃତ୍ୟୁ ହୋଇଥିଲା। ଖବର ପାଇ ଆମପାଣି ଥାନା ଏସ୍ ଆଇ ରାଜେଶ କୁମାର ପରିଡ଼ା ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରି ଲୋକ୍ୟ ବେଶ୍ରା ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *