ବର୍ଷାରେ ଉପୁଡିଲା ବିଦ୍ୟୁତ ଖୁଣ୍ଟି

ଫୋକସ ପ୍ଲସ (କନ୍ଧମାଳ)୨୯/୦୬/୨୦୨୨: କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା, ଘଡଘଡି, ମେଘ, ପବନ ଲାଗି ରହୁଛି | ଫଳରେ ଅନେକ ଧାନ ଜୀବନ ନଷ୍ଟ ହେଉଥିବା ଦୃଶୟ ସାମ୍ନାକୁ ଆସୁଛି | ଗତ କଲି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡା ପାଞ୍ଚୟତରେ ଲଗାତାର ମେଘ, ପବନ ଲାଗିରହିଥିଲା |ତେବେ ବର୍ଷା ପବନ ଯୋଗୁ ରାସ୍ତାରେ ବଡ ନିମ ଗଛଟି ମୂଳରୁ ଉପୁଡିଯିବା ଫଳରେ ପାଖରେ ଥିବା ଦୁଇଟି ବିଦ୍ୟୁତ ଖୁଣ୍ଟରେ ପଡିଯିବାରୁ ବିଦ୍ୟୁତ ଖୁଣ୍ଟ ଦୁଇଟି ଭାଙ୍ଗି ଯାଇଥିଲା | ଅନେକ ସମୟ ଯାଏ ଲିନି କାଟି ଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ |ଖବର ପାଇ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଖୁଣ୍ଟର ମରାମତି କରିଥିଲେ ମାତ୍ର ଉପୁଡି ଯାଇଥିବା ଗଛଟି ଏବେ ପର୍ଯ୍ୟନ୍ତ ରାସ୍ତାରେ ପଡି ରହିଥିବାରୁ ଲୋକେ ମାନେ ଯିବା ଆସିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି |

Leave a Reply

Your email address will not be published. Required fields are marked *