ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଫୋକସ ପ୍ଲସ (ନବରଙ୍ଗପୁର)୨୯/୦୬/୨୦୨୨: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମ ନିକଟସ୍ଥ ଏକ ଗଛରୁ ଯୁବକ ଓ ଯୁବତୀ ଙ୍କ ଝୁଲନ୍ତା ଶବ ଉଦ୍ଧାର, ପାରିପାର୍ଶିକ ସ୍ଥିତି ଏବଂ ଦୁଇ ଜଣ ସମ୍ପର୍କୀୟ ହୋଇଥିବା ଯୋଗୁଁ ଏହା ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଅନୁମାନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଜବାଗୁଡା ଗ୍ରା,ପ ଲାଇବାନ ହରିଜନଙ୍କ ଝିଅ,ତିଲାଇ ହରିଜନ ୧୮ ଭଳି ଜଣାପଡିଛି। ପୁଅ ହେଉଛି ପାପଡାହାଣ୍ଡି ବ୍ଲକ ଖୁଟବାଇ ପଞ୍ଚାୟତର ଦାମାପାଲା ଗ୍ରାମର ଦଶମୁ ହରିଜନ ଙ୍କ ପୁଅ, ଡମ୍ବରୁ ହରିଜନ (୧୭) ମୃତ ଦୁଇ ଜଣ ସମ୍ପର୍କୀୟ ଅଟନ୍ତି ବଡ଼ଭାଇ ଙ୍କ ଶାଳୀ ଶହ ସାନ ଭାଇ ଡ଼ମ୍ବୁରୁ ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ଏହି ଦୁହିଁଙ୍କ ପ୍ରେମ କୁ କୈାଣସି କାରଣରୁ ସ୍ଵିକୃତି ନମିଳିବାରୁ ଆତ୍ମହତ୍ୟା କରିଥିବେ ଭଳି ଜଣାପଡ଼ୁଛି ।ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ,ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡ଼ିବ ବୋଲି ପରିବାର ବର୍ଗ କହୁଛନ୍ତି ଯାହାକି ଏଭଳି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟାର ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି ଯାହାକି ଆତ୍ମହତ୍ୟା ର ଚରମ ନିଷ୍ପତ୍ତି ଜନସାଧାରଣରେ ସ୍ପଷ୍ଟ ହେଉଛି ଯେ ପ୍ରେମ କୁ ସ୍ଵିକୃତି ନମିଳିଲେ ଏହିଭଳି ଆତ୍ମହତ୍ୟାର ନିଷ୍ପତ୍ତି ନେଇଥାନ୍ତି ବୋଲି କହୁଛନ୍ତି । ଯାହାଫଳରେ ଆଜିର ନବରଙ୍ଗପୁର ଜିଲ୍ଲାରେ ଏହିଭଳି ଘଟଣା ଦିନକୁ ଦିନ ବଢି ଚାଲିଛି ।ଏହି ଘଟଣା ର ତଦନ୍ତ କରିବା କୁ ନିର୍ଦ୍ଦେଶ ଦେବାକୁ ପ୍ରତିଶ୍ରୁତି ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି କିନ୍ତୁ ଜିଲ୍ଲାପାଳ ବାଇଟ ପାଇଁ ମନା କଲେ ଓ ଥାନା ଅଧିକାରୀ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନା କଲେ।

Leave a Reply

Your email address will not be published. Required fields are marked *