ଟ୍ୱିଟ,ଇମେଲ,ଓ ଚିଠି ଲେଖି ବିରଳ ରେକର୍ଡ

ଫୋକସ ପ୍ଲସ (ବ୍ରହ୍ମପୁର)୩୦/୦୬/୨୦୨୨: ପୂର୍ବତନ ବେଦାନ୍ତ ଆଲୁମିନିୟମ ଲିମିଟେଡ଼ରେ ୭ ବର୍ଷ କର୍ମରତ ଥିବା ସ୍ଥାୟୀ ଅଫିସର, ସମାଜ ସଂସ୍କାରକ, ସାମାଜିକ ଚିନ୍ତକ, ସମାଜବାଦୀ, ୨ ଗୋଟି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ହାସିଲ କରି ଶେଷରେ ସ୍ବେଚ୍ଛାକୃତ ଇସ୍ତଫା ଦେଇଦେଲେ ୨୦୧୫ ମସିହାରେ, ତାପରେ ସେ ୟୁପି.ଏସ.ସି ପ୍ରିପେରସନ ପାଇଁ ଲାଗିପଡିଲେ, କିନ୍ତୁ ସେଥିରେ ସେ ବିଫଳ ହୋଇ ଜନ ସେବା ଅଧିକାରୀ ହୋଇପାରିଲେ ନାହିଁ ସତ, କିନ୍ତୁ ସେ ସେଥିରେ ହତାଶ ନହୋଇ ୩୩ ବର୍ଷ ବୟସରେ ମଧ୍ୟ ହଜାର ହଜାର ଟ୍ୱିଟ, ଚିଠି ଲେଖି ଲୋକଙ୍କ ସେଵା କରି, ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ଏବେ ବ୍ରହ୍ମପୁର ସହରର ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ବର୍ତ୍ତମାନ ବୟସରେ ସେ ଏକ ବେକାର ଯୁବକ ଏବଂ ସେ ବ୍ରହ୍ମପୁର ଲିଙ୍ଗରାଜ ଆଇନ ବିଶ୍ୱବିଦ୍ୟାଳୟ ରେ ଏଲ.ଏଲ.ବି ଅଧ୍ୟୟନରତ, ଏବଂ ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟରେ ଏମ. ଏସ.ଡବ୍ଲୁ ଅଧ୍ୟୟନରତ କରୁଛନ୍ତି। ସେ ଯେହେତୁ ଆଇଏଏସ ହୋଇପାରିଲେ ନାହିଁ, ତାଙ୍କ ଲକ୍ଷ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶାର ବିଭିନ୍ନ ଲକ୍ଷ୍ୟ ସହ ମୋ ସରକାର ର ବ୍ୟବସ୍ତା କୁ ଆହୁରି ଅଧିକ ମଜବୁତ କରିବା, ଏବଂ ଲୋକଙ୍କ ସେବା କରି ଆଇଏଏସ ଠାରୁ ବି ଅଧିକ କାମ କରିବେ ଏବଂ ଲୋକଙ୍କ ସେବା ହିଁ ତାଙ୍କ ମୂଳ ଲକ୍ଷ୍ୟ ଏବଂ ସେଦିଗରେ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି।

୨୦୨୦ କୋରନା ମହାମାରୀ ସମୟ ଠାରୁ ସେ ନିଜର ଟ୍ୱିଟର ଜରିଆରେ ୧୫ ମାସ ଭିତରେ ୩୩୦୦୦ ଟ୍ୱିଟ କରିଥିଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଗୃହମନ୍ତ୍ରୀ କାର୍ଯ୍ୟାଳୟ, ଏବଂ ବିଭିନ୍ନ ମନ୍ତ୍ରାଳୟ ସହ ବହୁ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ସୋସିଆଲ ଚାଟ ମାଧ୍ୟମରେ, ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମାନବାଧିକାର କମିଶନ, ସୂଚନା ଅଧିକାରୀ, ଇମେଲ ଜରିଆରେ, ଏବଂ ଗଣମାଧ୍ୟମ ମାନଙ୍କ ଦୃଷ୍ଟି ଆକର୍ଷଣ କରି ୩୫୦୦୦ ରୁ ଉର୍ଦ୍ଧ୍ବ ସମସ୍ୟାର ସମାଧାନ କରିବା ସହ, ୨୦ ଗୋଟି ଗାଁ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝି ଏକ କେଶ ଷ୍ଟଡି କରିଛନ୍ତି। ଆଗାମୀ ଦିନରେ ସେ କହିଛନ୍ତି ଯେ କୌଣସି ବି ଲୋକ ଖାଦ୍ୟ, ବସ୍ତ୍ର, ବାସଗୃହ ରୁ ବଞ୍ଚିତ ହେବେନି ଏବଂ ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପୂରଣ କରିବା, ନୂତନ ଓଡିଶା ଗଠନ ଦିଗରେ ତୁରନ୍ତ କାର୍ଯ୍ୟ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନା ଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିବା, ଗରିବ ଅସହାୟ ଲୋକଙ୍କୁ ନ୍ୟାୟ ଦେବା ସହ ସାମ୍ବିଧାନିକ ନୀତି ନିୟମକୁ ପାଳନ କରି ନିଜ ଜୀବନକୁ ଜନ ସଚେତନତା କରିବା, ଜନହିତ ଲାଗି, ଏବଂ ସମାଜର କଲ୍ୟାଣ ଏବଂ ସଂସ୍କାର ପାଇଁ ଉତ୍ସର୍ଗୀକୃତ କରିବେ ବୋଲି କହିଛନ୍ତି।

ବ୍ରହ୍ମପୁର ରୁ କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *