ଜବ କାର୍ଡ ଧାରିଙ୍କୁ ଧୋକା

ଫୋକସ ପ୍ଲସ (କେନ୍ଦ୍ରାପଡ଼ା)୩୦/୦୬/୨୦୨୨: କେନ୍ଦ୍ରାପଡ଼ା ଜିଲ୍ଲା, ଆଳି ବ୍ଲକ ଅନ୍ତର୍ଗତ, ବାଳକାଟୀ ଗ୍ରାମ ପଂଚାୟତ ର ଖଣ୍ଡିଆପାଟଣା ଛକରୁ କଟକ -ଚାନ୍ଦବାଲି ମୁଖ୍ୟରାସ୍ତାକୁ ସଂଯୋଗ ନିମନ୍ତେ ବେଧଡକ ଭାବେ ଜେସିବି ଦ୍ୱାରା ଚାଲିଛି N. R. G. S. କାମ | ସବୁଠାରୁ ବଡ଼ କଥା ହେଲା N.R. G. S. କାମର ସମୟ ସୀମା ସରିଯାଇଥିଲେ ମଧ୍ୟ କିପରି ଦିନ ଦ୍ୱିପ୍ରହରେ ପ୍ରଶାସଙ୍କୁ ଆଖିଠାର ଦେଇ କାମ କରୁଛନ୍ତି କଣ୍ଟ୍ରାକ୍ଟର ନା ଡର ନା ଖାତିର | ପ୍ରକାଶ ଥାଉକି, ଖଣ୍ଡାୟତ ପାଟଣାର ଶତାଧିକ ଜବ କାର୍ଡ ଧାରୀ କାମ ଧନ୍ଦା ନ ପାଇଁ ହା ହତାଶ ହେଉଥିବାବେଳ,ସେମାନଙ୍କୁ କାମ ଦିଆ ନଯାଇ ଜେସିବି ଦ୍ୱାରା N. R. G. S. କାମ କରିବା କେତେଦୂର ଯୁକ୍ତିଯୁକ୍ତ |ଦୀର୍ଘ ଦୁଇ ବର୍ଷ ହେବ ମହାମାରୀ କରନାରେ ଲୋକେ ରୋଜଗାର ହରାଇ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିବାବେଳ, ଏଠି କିନ୍ତୁ ବାଳକାଟୀ ସରପଞ୍ଚ ତରବରିଆ ଭାବେ ମେସିନ ଲଗେଇ କାମକରି ସରକାରୀ ଯୋଜନା କୁ ବାଟମାରଣା କରିବାରେ ଲାଗିପଡିଛନ୍ତି| ଏହା ପୁଣି ଖୋଦ ଆଳି ବ୍ଲକ ର ଛାତି ଉପରେ ଦିନ ଦ୍ୱିପ୍ରହରେ, ପ୍ରଶାସନର ଇଙ୍ଗିତରେ ଚାଲିଛିଯୋଜନା ମୁତାବକ ଜବ କାର୍ଡ ଧାରିଙ୍କୁ ବର୍ଷରେ 100ଦିନର କାମ ଦେବାକଥା, କିନ୍ତୁ ଏଠି ଜେସିବି କୁ 365ଦିନ କାମ ଦିଆଯାଉଛି. ଏଠି ସ୍ପଷ୍ଟ ପ୍ରମାଣ ମିଳୁଛି ଜେ, N. R. G. S କାମ ଗରିବ ଦିନ ମଜୁରିଆଙ୍କ ପାଇଁ ନୁହେଁ, ସରକାରୀ ଦଳର ଚମଚା ଙ୍କ ପାଇଁ. କଣ ପାଇଁ ପ୍ରଶାସନ ନିରବ କାହା ଡରରେ, ଏ ସଂକ୍ରାନ୍ତ ରେ ଆମେ ଆଳି B. D. O. ଙ୍କୁ ଫୋନ ଯୋଗେ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲୁ ଆସନ୍ତୁ ତାଙ୍କ ପ୍ରତିକ୍ରିୟା ଶୁଣିବା |କିଏ ଏହି ବେଆଇନି କାମର ମାଷ୍ଟର ମାଇଣ୍ଡ, ଦୟାକରି 5t |ସଚିବ ଦୃଷ୍ଟି ଦେବାକୁ ସାଧରଣେ ଅଭିଯୋଗ ହେଉଛି |

ଆଳିରୁ ସମ୍ବିତ ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *