ଥୁଆମୂଳ ରାମପୁରରେ ପବିତ୍ର ଗୁଣ୍ଡିଚା ରଥଯାତ୍ରା

ଫୋକସ ପ୍ଲସ (କଳାହାଣ୍ଡି) ୦୨/୦୭/୨୦୨୨: ଥୁଆମୂଳ ରାମପୁର ୨/୭ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳରାମପୁର ଅଞ୍ଚଳରେ ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାସମାରୋହରେ ପାଳିତ ହୋଇଛି। ପାରମ୍ପାରିକ ରିତିନୀତ ଅନୁଯାୟୀ ସୁସଜ୍ଜିତ ରଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା, ଙ୍କ ପହଣ୍ଡି ବିଜେ କରାଯାଇଥିଲା। ସଂକୀର୍ତ୍ତନ ସହ ଭକ୍ତ ମାନଙ୍କ ର ହରିବୋଲ ହୁଳହୁଳି ଶଦ୍ଦରେ ଥୁଆମୂଳ ରାମପୁର ସଦର ମହକୁମା ଟି ପ୍ରକମ୍ପିତ ହୋଇ ଉଠିଥିଲା। କୋଭିଡ କଟକଣା ଯୋଗୁଁ ୨ ବର୍ଷ କାଳ ଭକ୍ତ ଓ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରି ବା ରେ ବଞ୍ଚିତ ହୋଇଥିଲେ କିନ୍ତୁ ଏଥର ଆନନ୍ଦ ଉଲ୍ଲାସର ସହିତ ଭକ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ରଥଟି କୁ ଟାଣି ବାରେ ବେଶ୍ ଆନନ୍ଦ ନେଇଥିଲେ। ଶାନ୍ତି ଶୃଙ୍ଖଳା ସହିତ ଥୁଆମୂଳ ରାମପୁର ଅଞ୍ଚଳ ରେ ରଥଯାତ୍ରା ପାଳିତ ହୋଇଯାଇଛି।

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ ପ୍ଳସ୍ |

Leave a Reply

Your email address will not be published. Required fields are marked *