କମେଣ୍ଟ ରୁ ମହାଭାରତ

ଫୋକସ ପ୍ଲସ (ସୁକିନ୍ଦା) ୦୨/୦୭/୨୦୨୨: ଦାନଗଦୀ ବ୍ଲକ ଅନ୍ତର୍ଗତ ମାନତୀରା ଗ୍ରାମ ରେ ପୂର୍ବ ରାଜନୈତିକ ସତ୍ରୁତା ରୁ ସଂଘର୍ଷ ଉଭୟ ପକ୍ଷ ଯଖପୁରା ଥାନା ରେ ଦ୍ବାରସ୍ଥ, ସୂଚନା ମୁତାବକ ମାନତୀରା ଗ୍ରାମ ର ଦେବେନ୍ଦ୍ର ସିଂ , ଜିତେନ୍ଦ୍ର ସିଂଙ୍କ ସହ ପରିବାର ମିଶି ପୂର୍ଣ୍ଣଚନ୍ଦ୍ର ସିଂ ଙ୍କ ଘରେ ପଶି ମାରାଣାସ୍ତ୍ର ରେ ଆକ୍ରମଣ କରିଥିବା ସୂଚନା। ଯଖପୁରା ଥାନାରେ ୨ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି। କେସ ନମ୍ବର ୭୨/୨୨ଓ ୭୩/୨୨ ରେ ଦୁଇଟି କେସ୍ ରୁଜୁ ହୋଇଥିବା ବେଳେ ଦେବେନ୍ଦ୍ର ସିଂ, ଜିତେନ୍ଦ୍ର ସିଂ କୁ ଗିରଫ କରିଥିବା ସହିତ ଆଗରୁ ତଦନ୍ତ ଯାରି ରଖିଛନ୍ତି। ଗତକାଲି ରାତି ରେ ପୂର୍ଣ୍ଣ ଚନ୍ଦ୍ର ସିଂ ଙ୍କ ସାନ ପୁଅ ସୁଶାନ୍ତ ସିଂ ନିଜ କାର୍ୟ୍ଯ ସାରି ଫେରୁଥିବା ସମୟରେ ଦେବେନ୍ଦ୍ର ସିଂ ଓ ଜିତେନ୍ଦ୍ର ସିଂ କିଛି କମେଟ ମାରିଥିବା ବେଲେ ସୁଶାନ୍ତ ତାକୁ ବିରୋଧ କରିବା ପରେ ଉଭୟ ଙ୍କ ମଧ୍ଯ ରେ ଝଗଡ଼ା ଆରମ୍ଭ ହୋଇଥିବା ପୂର୍ଣ୍ଣ ଚନ୍ଦ୍ର ସିଂ ତାଙ୍କର ପ୍ରତିକିୟା ରେ କହିଥିବା ଦେଖିବାକୁ ମିଳିଛି। ଏହା କୁ ଖଣ୍ଡନ କରିଛନ୍ତି ଦେବେନ୍ଦ୍ର ସିଂ ଓ ଜିତେନ୍ଦ୍ର ସିଂ ଙ୍କ ମା ଲିଲାବତି ସିଂ ସେ କହିବା କଥା କି ଆମେ ନିରିହ ତେଣୁ ଆମ ଉପରେ ରାଗ ରଖି ଏପରି କରିଛନ୍ତି। ଉଭୟ ପକ୍ଷରୁ ୩ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି।

 

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍ |

Leave a Reply

Your email address will not be published. Required fields are marked *