ଦନ୍ତାହାତୀର ଗଳିତ ଶବ ଉଦ୍ଧାର

ଫୋକସ ପ୍ଲସ (ବଡ଼ମ୍ବା) ୦୨/୦୭/୨୦୨୨: ପ୍ରାୟ ମାସେ ମଧ୍ୟରେ ବଡମ୍ବା ବନାଞ୍ଚଳରୁ 3 ଗୋଟି ଦନ୍ତା ହାତୀ ଗଳିତ ଶବକୁ ବିଭାଗୀୟ ସ୍ଵତନ୍ତ୍ର ଦାୟିତ୍ଵ ବଳ(ସ୍ପେସିଆଲ ଟାସ୍କ ଫୋର୍ସ) ଓ ବନ ବିଭାଗ ଉଦ୍ଧାର କରିଥିବା ବେଳେ ଆଜି SIT ର ଏକ ସ୍ୱତନ୍ତ୍ର ଟିମ ବଡମ୍ବା ବନାଞ୍ଚଳ ଗୋପପୁର ସେକ୍ସନର ମଣ୍ଡପ ସଂରକ୍ଷିତ ଜଙ୍ଗଲରେ ପହଞ୍ଚି ଆଉ ଏକ ହାତୀର କଙ୍କାଳ ଠାବ କରିଛି।ଆଶ୍ଚର୍ଯ୍ୟର ବିଷୟ ଏଭଳି ସମ୍ବେଦନଶୀଳ ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ବନ ବିଭାଗ ପୂର୍ବରୁ ଟେର ପାଇ ନଥିବା ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ଜଣାଯାଇଛି।SIT ର ଏକ ସ୍ବତନ୍ତ୍ର ସ୍କାର୍ଡ଼ ବଡ଼ମ୍ବା ବନାଞ୍ଚଳରେ ଏକ ଦନ୍ତାହାତୀ ମରିଥିବା ତଦନ୍ତରେ ଆସିଥିଲେ।ଏହି ଅନୁଧ୍ୟାନକାରୀ ଦଳ ବଡମ୍ବା ବନାଞ୍ଚଳ ଅନ୍ତର୍ଗତ ଗୋପପୁର ରେଞ୍ଜର ଖାରୋଡ଼ ନିକଟସ୍ଥ ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲ ଯାଇ ତନାଘନା କରିଥିଲେ।ତଦନ୍ତ ସମୟରେ ଉକ୍ତ ଜଙ୍ଗଲ ନିକଟସ୍ଥ ମଣ୍ଡପ ସାରାଂକ୍ଷିତ ଜଙ୍ଗଲର ଆଉ ଏକ ପଡ଼ିଆ ଜମିରେ ହାତୀ ମରାଯାଇ ପୋତାଯାଇଥିବା ଏକ ସ୍ଥାନ ସନ୍ଦେହ ହେବାରେ ତାକୁ ଖୋଳା ଯାଇଥିଲା।ସେଠାରେ ମନୋଜ ଭି ନାୟାର, CCF Wildlife,କେଦାର ସ୍ୱାଇଁ, CF Wildlife,ଯୋଗ ଦୟାନନ୍ଦ, RCCF ଅନୁଗୁଳ,ଦିଲ୍ଲୀପ କୁମାର ସାହୁ, DSP STF,ଡାକ୍ତର ଇନ୍ଦ୍ରମଣି ନାଥ, ପ୍ରଫେସର ଭେଟରିନାରୀ ସର୍ଜରୀ, ଓୟୁଏଟି,ଡଃ ଶିବ ପ୍ରସାଦ ପରିଡା, ଆସୋସିଏଟ ପ୍ରଫେସର, ସେଞ୍ଚୁରିଆନ University, କଙ୍କାଳ ବିଶେଷଜ୍ଞ ମାନଙ୍କ ଉପସ୍ଥିତିରେ ସଂପୃକ୍ତ ସନ୍ଦିଗ୍ଧ ସ୍ଥାନ ଖୋଳା ଯିବା ପରେ ସେଠାରୁ ଏକ ଗଳିତ ଦନ୍ତାହାତୀର ଅସ୍ଥି ମଜ୍ଜା ମିଳିଥିଲା। ପରେ ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଏହାର ବ୍ୟବଚ୍ଛେଦ
ହେବାସହ ଅଧ୍ବକ ପରୀକ୍ଷାନିରିକ୍ଷା ଲାଗି ହାତୀର ଆବଶ୍ୟକ ଅଙ୍ଗପ୍ରତ୍ୟଙ୍ଗ ଫରେନସିକ ଲ୍ୟାବକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ତଦନ୍ତରେ ଆସିଥିବା SIT ର ଅଧିକାରୀ ଙ୍କୁ ପଚରାଯିବାରେ ହାତୀର ବ୍ୟବଚ୍ଛେଦ ରିପୋର୍ଟ ନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବା ବେଳେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।ହାତୀ ମୃତ୍ୟୁନେଇ ବିଭାଗୀୟ ଅବହେଳା ଗୋଟିଏ ପକ୍ଷରେ ସ୍ପଷ୍ଟ ହୋଇଥିବା ବେଳେ ଏହାକୁ କିଏ କେବେ ହତ୍ୟା କରି ଏହାର ଦାନ୍ତ ଲୁଟି ନେଇଛନ୍ତି ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉଛି।ଗଳିତ ଦନ୍ତା ହାତୀର ଅସ୍ଥି ସମେତ ବାମପାଖ କଳ ଦାନ୍ତର ମୂଳ ଅଂଶ ଜବତ କରାଯାଇଥିବା ବେଳେ ଦାନ୍ତ ଦୁଇଟିକୁ କେହି ଦୁର୍ବୃତ୍ତ ଚୋରାଇ ନେଇଥିବା ଜଣାଯାଇଛି।ନରସିଂହପୁର ଏବଂ ବଡ଼ମ୍ବା ବନାଞ୍ଚଳ ସମେତ ରାଜ୍ୟରେ ଦନ୍ତା ହାତୀ ଶିକାର ନେଇ ନିୟନ୍ତ୍ରଣ ସନ୍ତୋଷଜନକ ହେଉ ନଥିବା ବେଳେ ନରସିଂହପୁର ଓ ବଡ଼ମ୍ବାରେ ହାତୀ ମୃତ୍ୟୁ ଘଟଣା ବିଭାଗୀୟ କର୍ତ୍ତୃପକ୍ଷ ଜାଣିପାରୁ ନଥିବା କେତେ ଯେ ବିଡ଼ମ୍ବନା ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ବଡ଼ମ୍ବାରୁ କମଳ କଣ୍ଟା ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *