ଫୋକସ ପ୍ଲସ (ଉମରକୋଟ) ୦୩/୦୭/୨୦୨୨: ପୁଣି ବିଜୁ ଜନତା ଦଳକୁ ଫେରିଲେ ସତ୍ୟନାରାୟଣ ରାଉତ ! ବିଗତ ସାଧାରଣ ନିର୍ବାଚନ ରେ 1ନୋ ୱାର୍ଡ ରେ ୱାର୍ଡ ମେମ୍ବର ଆଶାଇ ପ୍ରାର୍ଥୀ ରହିଥିଲେ କିନ୍ତୁ ଦଳୀୟ ଟିକେଟ ନ ମିଳିବାରୁ ନିର୍ଦଳୀୟ ଭାବେ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ଲଢ଼ିଥିଲେ |ତେଣୁ ଦଳ ତାଙ୍କୁ ବିଜୁ ଜନତା ଦଳରୁ ବହିସ୍କୃତ କରିଥିଲା | ଆଜି ମାନ୍ୟବର ନବରଙ୍ଗପୁର ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଙ୍କ ନିର୍ଦେଶ କ୍ରମେ ଯୁବ ନେତା ତଥା ଉମରକୋଟ ଯୁବ ସୋସିଆଲ ମିଡ଼ିଆ କୋଡିନେଟର ସତ୍ୟନାରାୟଣ ରାଉତ ଙ୍କ ଉପରେ ଲାଗିଥିବା ଦଳ ବହିସ୍କୃତ ଉଠା ଯିବା ନେଇ ଦଳ ଏକ ବିଜ୍ଞପ୍ତି ପ୍ରକାଶ କରିଛି | ତେବେ ଏନେଇ ଶ୍ରୀ ସତ୍ୟନାରାୟଣ ନବରଙ୍ଗପୁର ଜିଲ୍ଲା ସଭାପତି ରମେଶ ମାଝୀ,ସାଂସଦ ପ୍ରତିନିଧି ପ୍ରମୋଦ ପାଢ଼ୀ, ଜିଲ୍ଲା ଛାତ୍ର ସଭାପତି ସୁଧାଂଶୁ ଦାସ ଙ୍କୁ କୃତଜ୍ଞତା ଜଣାଇବା ସହ ଦଳ ଯେଉଁ ଗୁରୁଦାୟିତ୍ୱ ଦେବ ତାହାକୁ ସୁପରିଚାଳନା କରିବି କହିଛନ୍ତି | ଏହି ଖବର ପ୍ରକାଶ ପରେ ଶ୍ରୀ ରାଉତ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତା ର ସୁଅ ଛୁଟିଛି |