ବଡ ଖବରର ମୂଖ୍ୟ ସମ୍ପାଦକଙ୍କ ଗିରଫ ପ୍ରତିବାଦ

ଫୋକସ ପ୍ଲସ (ପାରାଦୀପ) ୦୫/୦୭/୨୦୨୨: ବଡ ଖବରର ମୂଖ୍ୟ ସମ୍ପାଦକ ଙ୍କ ଗିରଫ କୁ ନେଇ ପାରାଦୀପ ସାମ୍ବାଦିକ ଓ ସମାଜ ସେବୀ ମାନଙ୍କ ପକ୍ଷରୁ ପାରାଦୀପ ଆମ୍ବେଦକର ଭବନରେ ନିନ୍ଦା କରାଯାଇଛି | ସୋମବାର ଅପରାହ୍ନ ରେ ମଧୁବନସ୍ଥିତ ଆମ୍ବେଦକର ଭବନ ରେ ଏକ ପ୍ରତିବାଦ ସଭାରେ ବଡଖବର ର ମୁଖ୍ୟ ସମ୍ପାଦକ ଙ୍କୁ ଯେଉଁଭଳି ଭାବରେ ଏକ ନିଜସ୍ୱ ମାମଲା କୁ ସରକାର ମୁଣ୍ଡ ପୁରାଇ ଜଣେ ଅପରାଧୀ ଭଳି ମୁହଁରେ କପଡା ଘୋଡ଼ାଇ ଗିରଫ କରିଛନ୍ତି ଏହାକୁ ତୀବ୍ର ନିନ୍ଦା କରିଛନ୍ତି ପାରାଦୀପ ର ସାମ୍ବାଦିକ ଓ ସମାଜସେବୀ | ବିଗତ ଦିନରେ ଓଡିଶା ରେ ହେଉଥିବା ବିଭିନ୍ନ ମାମଲା କୁ ବଡଖବର ଯେଉଁଭଳି ଭାବରେ ଲୋକଲୋଚନ କୁ ଆଣିଛି ଏହାକୁ ରାଜ୍ୟ ସରକାର ଏକ ସୁପରିକଳ୍ପିତ ଯୋଜନା ପ୍ରସ୍ତୁତ କରି ଆକ୍ରୋଶ ମୂଳକ ଭାବରେ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ କରାଯିବାକୁ ନିନ୍ଦା କରାଯାଇଛି | ଏଥିସହିତ ରାଜ୍ୟ ରେ ତୃଣମୂଳ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତି କୁ ପର୍ଦାଫାଶ କରିବାକୁ ଯାଉଥିବା ଗଣମାଧ୍ୟମ ପ୍ରତିନିଧି ମାନେ ବାରମ୍ବାର ରାଜନେତା ଙ୍କ ଆକ୍ରୋଶ ର ଶିକାର ହେବା ସହିତ ଅନେକ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମାରି ଦିଆଯିବା ର ନଜିର ରହିଛି | ଯାହାକୁ ନେଈ ପ୍ରତ୍ୟେକ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧି ରାଜନେତା ଙ୍କ ଶିକାର ହେଉଛନ୍ତି | ଆମ୍ବେଦକର ଭବନ ରେ ଆୟୋଜିତ ବୈଠକ ରେ ପାରାଦୀପ ଅଞ୍ଚଳ ର ସମସ୍ତ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ର ବରିଷ୍ଠ ସାମ୍ବାଦିକ ମାନେ ଉପସ୍ଥିତ ରହିଵା ସହିତ ସମାଜ ର ବିଭିନ୍ନ କ୍ଷେତ୍ରରେ ବଢୁଥିବା ଦୁର୍ନୀତି କୁ ନେଈ ଚିନ୍ତା ପ୍ରକଟ କରିଛନ୍ତି | ବିଭିନ୍ନ ଦୁର୍ନୀତି ର ପରିପ୍ରକାଶ କରିବା ସହିତ ଦୁର୍ନୀତି କୁ ଲୋକଲୋଚନ କୁ ଆଣିବା ସହିତ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ଗଣମାଧ୍ୟମ ର କଣ୍ଠରୋଧ କରିବାକୁ ସରକାରୀ ସ୍ତରରେ ଯେଉଁ ଉଦ୍ୟମ ଚାଲିଛି ଏହା ଏକ ସୁସ୍ଥ ସମାଜ ପ୍ରତି ବିପଦ ସାବ୍ୟସ୍ତ ହୋଇଛି | ତେଣୁ ପ୍ରତ୍ୟେକ ସ୍ତରରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଏକ ହୋଇ କାର୍ଯ୍ୟକରିବାକୁ ପାରାଦୀପ ର ବରିଷ୍ଠ ସାମ୍ବାଦିକ ମାନେ ପରାମର୍ଶ ଦେଇଛନ୍ତି | ଯେଉଁଭଳି ଭାବରେ ପୂର୍ବରୁ ଓଟିଭି ଓ ବର୍ତମାନ ବଡଖବର କୁ ସରକାରି କଳ ଓ ବଳ ଲଗାଯାଇ ବଡଖବର ମୁଖ୍ୟ ସମ୍ପାଦକ ଙ୍କୁ ଗିରଫ କରାଯାଇଛି ଏହାକୁ ଗୁରୁତର ସହିତ ପ୍ରତ୍ୟେକ ଗଣମାଧ୍ୟମ ପ୍ରତିନିଧି ମାନେ ଏକତ୍ରିତ ହୋଇ ଏହାର ସାମ୍ନା କରିବାର ସମୟ ଆସିଛି | ଗୋଟିଏ ସୁସ୍ଥ ସମାଜ ପାଇଁ ଗଣମାଧ୍ୟମ ର କଣ୍ଠରୋଧ କରୁଥିବା ସରକାର ପାଇଁ ଏହା ଶୁଭଦାୟକ ନୁହେଁ ବୋଲି ମତାମତ ରଖିଛନ୍ତି | ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦ ରେ ଆୟୋଜିତ ନିନ୍ଦା ପ୍ରସ୍ତାବ ଜନିତ ବୈଠକ ରେ ପାରାଦୀପ ର ବରିଷ୍ଠ ସାମ୍ବାଦିକ ଶୁକଦେବ ଜେନା, ରବୀନ୍ଦ୍ର ଜେନା, ରତ୍ନାକର ଜେନା, ପ୍ରଶାନ୍ତ ରାଉତ,ଶଶାଙ୍କ ଶେଖର ଆଚାର୍ଯ୍ୟ,ଶରତ ରାଉତ,ଜଗବନ୍ଧୁ ସ୍ୱାଇଁ, ହରିଶ୍ଚନ୍ଦ୍ର ଲେଙ୍କା,ନାରାୟଣ ବେହେରା,ବିବେକାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ରହି ପ୍ରଶାସନ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ନିନ୍ଦା କରି ସରକାର ତୁରନ୍ତ ତାଙ୍କୁ ଛାଡିବାକୁ ଦାବୀ କରିଛନ୍ତି |

ପାରାଦୀପ ରୁ ମନୋଜ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ୍ |

Leave a Reply

Your email address will not be published. Required fields are marked *