ଅସହାୟ ଅବସ୍ଥାରେ ଦୁଇ ପରିବାର

ଫୋକସ ପ୍ଲସ (ଡାବୁଗାଁ) ୦୭/୦୭/୨୦୨୨: ଛାରଖାର ଅବସ୍ଥାରେ ଦୁଇ ପରିବାର | ଅସହାୟ ଅବସ୍ଥାରେ ସରକାରଙ୍କୁ ସହାୟତା ପାଇଁ ଗୁହାରି କରୁଛନ୍ତି ଏହି ଦୁଇ ପରିବାର |ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ନନ୍ଧପୁରା ଗ୍ରାମ ପଞ୍ଚାୟତରେ |ଯାହାକି ପଞ୍ଚାୟତ ଠାରୁ ମାତ୍ର ୪୦୦ ମିଟର ଦୂରରେ ବସବାସ କରନ୍ତି ଦୁଇ ଅସହାୟ ପରିବାର |ଗ୍ରାମର କମଳୁ ଭତ୍ରାଙ୍କ ସ୍ତ୍ରୀ ଗତ ଚାରି ବର୍ଷ ତଳେ ମୃତ୍ୟୁ ବରଣ କରିସାରିଥିବା ମା ଛେଉଣ୍ଡ ୩ ପିଲାଙ୍କୁ ନେଇ ତାଙ୍କର ପରିବାର |ଏପଟେ ପରିବାରର ଆର୍ଥିକ ପରିସ୍ଥିତି କଥା କହିଲେ ନଚଳେ | ଆଜିଯାଏଁ ସେ ସରକାରୀ ସୁବିଧା କହିଲେ ଚାଉଳ ଏବଂ ଖଣ୍ଡିଏ ଆବାସ ଘର |ତାଙ୍କ ତିନି ଛୁଆଁ ଙ୍କ ଭରଣ ପୋଷଣ ପାଇଁ ସେଇ ସରକାରୀ ଚାଉଳ ଉପରେ ନିର୍ଭର କରୁଛନ୍ତି | ନା ଅଛି ତାଙ୍କ ଜମିବାଡ଼ି ନା ଅଛି କୁଲି ମଜୁରୀ କରି ପିଲାଙ୍କୁ ପୋଷିବା ଶକ୍ତି |ଏଭଳି ପରିସ୍ଥିତିରେ ସେ ସରକାରଙ୍କ ସହାୟତା ମାଗୁଛନ୍ତି। ଏବଂ ସେହି ଗ୍ରାମର ମୃତ୍ୟୁ କମଳ ଭତ୍ରା ଏବଂ ଧୁନି ଭତ୍ରା ଙ୍କ ଚାରି ପୁଅଝିଅ ଅଛନ୍ତି କିନ୍ତୁ ବାପା ୫ବର୍ଷ ତଳେ ଚାଲିଯାଇଥିବା ବେଳେ ମାଁ ୧ମାସ ପୂର୍ବେ ଚାଲି ଛାଡି ଯାଇଛନ୍ତି ଆରପାରିକୁ ଏଭଳି ପରିସ୍ଥିତିରେ ୪ ପୁଅ ଝିଅ ଅସହାୟ ହୋଇ କିଏ ଅଜା ଘରକୁ ତୋ କିଏ ଫୋଡିଶା ଘରେ ରହି ବଞ୍ଚୁଛନ୍ତି। ନା ପାଉଛନ୍ତି କିଛି ସରକାରୀ ସହାୟତା ନା ଦେଖୁଛି ୪୦୦ ମିଟର ଦୂରରେ ଥିବା ପଞ୍ଚାୟତ ପ୍ରଶାସନ ଏଭଳି ପରିସ୍ଥିତିରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ଦୁଇ ଅସହାୟ ପରିବାର । ନା ଅଛି ଆର୍ଥିକ ଭଳ ଏବଂ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସରକାରୀ ସହାୟତା ପାଇଁ ଗୁହାରୀ କରିଛନ୍ତି। କିଛି ପେନସନ ଓ ପିଲାଙ୍କୁ ହଷ୍ଟେଲରେ ଥାଇ ପାଠ ପଢ଼ାଇବା ପାଇଁ ସହାୟତା ଏଥିପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେଉଛି ଦେଖିବାକୁ ବାକି ରହିଲା।

ବୋରିଗୁମ୍ମା ରୁ ସମୀର ଭତ୍ରା ରିପୋର୍ଟ ଫୋକସ ପ୍ଲସ ।

 

Leave a Reply

Your email address will not be published. Required fields are marked *