ଏଡ଼ସ ଆକ୍ରାନ୍ତ ପରିବାରକୁ ସାମାଜିକ ବାସନ୍ଦ

ଫୋକସ ପ୍ଲସ (ଗଞ୍ଜାମ) ୦୭/୦୭/୨୦୨୨: ସମାଜରେ ଆଜି ମଧ୍ୟ ଅନ୍ଧବିଶ୍ୱାସ ଓ କୁସଂସ୍କାର ଭଳି ଅସାମାଜିକ ମାନସିକତା ଭରି ରହିଛି । ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତାର ଅଭାବରେ ଘାଣ୍ଟି ହେଉଛି ମଣିଷ । ମଣିଷ ସମାଜରେ ରହିବାକୁ ଭଲପାଏ , ସେଇ ସମାଜ ହିଁ ତାର ସୁଖଦୁଃଖରେ ସାହାରା ପାଲଟିଥାଏ । କିନ୍ତୁ ଯେତେବେଳେ ସେଇ ସମାଜ ମଣିଷକୁ ଦୂରେଇ ଦିଏ ସେତେବେଳେ ସେ ଅସହାୟ ଜୀବନ ଜିଇଁବାକୁ କଷ୍ଟକର ହୋଇପଡେ l ଅବୁଝା ସମାଜର ଅସାମାଜିକତା l ଏଡ଼ସ ଆକ୍ରାନ୍ତ ପରିବାରକୁ ସମାଜ ଆଉ ସାହିରେ ଚାଳିବା ମନା lଦେଢ଼ବର୍ଷ ହୋଇଗଲା ପନ୍ଦରl ସମାଜରେ ଚଳିଆସୁଥିବା ଏଭଳି ଏକ ପରିବାର ଏହା ହେଉଛି ବେଲଗୁଣ୍ଠା ଥାନା ଅନ୍ତର୍ଗତ ବରଗାଁ ପନ୍ଦରl ସାହି ହାଡୁ ବନ୍ଧୁ ବାର୍ତ୍ତିୟା ଙ୍କ ପରିବାର l

ସୂଚନା ଅନୁଯାଇ ହାଡୁବନ୍ଧୁଙ୍କ ବାପା, ମା ଛେଉଣ୍ଡ ପୁତୁରା ରବୀନ୍ଦ୍ର ବାର୍ତ୍ତିୟା ଜଣେ ଏଡ଼ସ ରୋଗରେ ଆକ୍ରାନ୍ତ ଥିବାବେଳେ ପିଲାଟି ଦିନୁ ସେ ସାଇ ସଞ୍ଜିବନୀ କେନ୍ଦ୍ରରେ ରହି ପାଠ ପଢି ଚଳି ଆସୁଥିଲେ l ତଳଦିନେ ସେଇ କେନ୍ଦ୍ରରେ ରହି ପଢ଼ୁଥିବା ଝିଅ କୁ ଭଲ ପାଇ ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ବିଜୟଅମୃତକୁଲାଙ୍ଗେ ଙ୍କ ଉପସ୍ଥିତି ଦୁହିଁଙ୍କର ଏକ ନିଆରା ଢଙ୍ଗରେ ବାହାଘର ସମ୍ପୂର୍ଣ ହୋଇ ଥିଲା lଏକଥା ଜାଣିବା ପରେ ପ୍ରତିକ୍ରିୟା ନେବା ପାଇଁ ଆମେ ଯାଇ ପହଁଞ୍ଚି ଥିଲୁ ପନ୍ଦ୍ରା ସମାଜର ସଭାପତି ନିକଟରେ

ସମାଜର ଏଭଳି ଅସାମଜିକତା ମନଭାବକୁ ଅମାନୁଷିକତା କାର୍ଯ୍ୟକଳାପ ଯୋଗୁଁ ସମାଜରେ ଚଳି ଆସୁଥିବା ନିରୀହ ପରିବାର ବଳି ପଡୁ ଥିବା ଦେଖିବା ମିଳିଛି l ଖବର ପ୍ରସାରଣ ପରେ ପ୍ରଶାସନ ସମାଜର ଏ ଘୁର୍ଣ୍ୟ ମନଭାବ ନେଇ ଚଳାଉ ଥିବା ବ୍ୟକ୍ତି ମାନଙ୍କ ପ୍ରତି କି କାର୍ଯ୍ୟ ଅନୁଷ୍ଠାନ ନେବ ତାହା ଦେଖିବାକୁ ବାକି ରହିଲା l

Leave a Reply

Your email address will not be published. Required fields are marked *