କୁଟୁରା ମାଂସ ରୋଷଇ, ମାଡି ବସିଲା ବନବିଭାଗ

ଫୋକସ ପ୍ଲସ (ସମ୍ବଲପୁର) ୦୭/୦୭/୨୦୨୨:  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ବଡହିଣ୍ଡୁଲ ଜଙ୍ଗଲ ରେ କିଛି ଦୁର୍ବୁତ୍ତ ଗୋଟିଏ କୁଟୁରା କୁ ମାରି ତାର ମାଂସ ରାନ୍ଧୁ ଥିବାବେଳେ ମାଡି ବସିଲା ବନବିଭାଗ | ଦୁର୍ବୁତ୍ତ ମାନଙ୍କ ଠାରୁ ରୋଷେଇ ସାରାଞ୍ଜାମ ଓ ଶିକାର କରିବାରେ ବ୍ୟବହୃତ କରିଥିବା ଦୁଇଟି ଦେଶୀ ବନ୍ଧୁକ, ବିଦ୍ୟୁତ ତାର, ଜାଲ, ଜବତ କରିବା ସହ ୩ ଜଣ କୁ ଗିରଫ କରିଛି ବନବିଭାଗ |ସୂଚନାନୁସାରେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଫରେଷ୍ଟର ପ୍ରବୀଣ ସାହୁ ଙ୍କୁ ନେତୃତ୍ୱ ରେ ଏକ ଟିମ ଗଠନ କରି ଅଚାନକ ବଡହିଣ୍ଡୁଲ ଜଙ୍ଗଲ ରେ ଚଢ଼ାଉ କରିଥିଲେ |ଫଳରେ ବିଭିନ୍ନ ମାରଣାସ୍ତ୍ର ଜବତ କରିବା ସହ ୩ ଜଣ ଙ୍କୁ ଗିରଫ କରିଥିଲା ବନବିଭାଗ | ଗିରଫ ଅଭିଯୁକ୍ତ ମାନେ ହେଲେ ସାନହିଦୁଲ ଗ୍ରାମର ସରଜୁ ପ୍ରଧାନ,ବଡହିଣ୍ଡୁଲ ଗ୍ରାମର କୃଷ୍ଣ ଭୋଇ, ସରପାଳ ଗ୍ରାମର ସଞ୍ଜୟ ବିଶି ଙ୍କୁ ଗିରଫ କରି କେଶ ନମ୍ବର 30/2022 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି |

ରେଢ଼ାଖୋଲ ରୁ ଲିଙ୍ଗରାଜ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *