ଫୋକସ ପ୍ଲସ (ଯାଜପୁର)୧୦/୦୭/୨୦୨୨: ଯାଜପୁର ଜିଲ୍ଲା ହେଉଛି ଓଡ଼ିଶାର ଏକ ଆଗୁଆ ଜିଲ୍ଲା ଭାବରେ ପରିଗଣିତ କାରଣ ଏହି ଜିଲ୍ଲାରେ ପାଖାପାଖି ୨୦ ରୁ ଅଧିକ ଛୋଟ ବଡ଼ କଲ କାରଖାନା ଗଢ଼ିଉଠିଛି। ଯାହା କି ୧୯୯୨ ମସିହାରେ ବିଜୁବାବୁ ଙ୍କ ଦ୍ବାରା ଶୁଭ ପଡି କଲିଙ୍ଗନଗର ନାମକରଣ ହୋଇଥିବା ବେଳେ ଆଜିକା ଦିନରେ ଏହି ସ୍ଥାନକୁ ଭାରତର କୋଣଅନୁକୋଣରୁ ବହୁ ଲୋକ ଏଠାକୁ ଆସିଥାନ୍ତି। ସେମାନେ ରହିବା ପାଇଁ ସମସ୍ତ ସୁବିଧା ବିଶେଷ କରି ବ୍ଯାସନଗର ପୌରପରିଷଦ ରେ ଥିବା ଯୋଗୁ ପାଖାପାଖି ୯୦%ଭାଗ ଲୋକ ଏଠି ରହିବା ପାଇଁ ପସନ୍ଦ କରନ୍ତି। ତେଣୁ ବ୍ଯାସନଗରର ଜନସଂଖ୍ୟା ଧିରେଧିରେ ବଢ଼ିବାରେ ଲାଗିଛି। ସେହି ଅନୁସାରେ ମଧ୍ଯ ବ୍ଯାସନଗର ପୌରପରିଷଦ ର ଉର୍ନତି ହେବାରେ ଲାଗିଛି। କିଛି ବର୍ଷ ମଧ୍ଯ ରେ ବ୍ଯାସନଗର ତଥା ଯାଜପୁର ରୋଡ଼ର କାୟା ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ମାତ୍ର ସବୁ ଜେଗାରେ କିଛି ଭଲ କାମ କରୁଥିବା ବେଳେ କିଛି ଖଳ ପ୍ରକୃତିର ଲୋକ ଥାଆନ୍ତି। ଯାହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ଯାସନଗର ପୌରପରିଷଦ ୱାଡ ନମ୍ବର ୮ ରେ |ସୂଚନା ମୁତାବକ ଯାଜପୁର ଜିଲ୍ଲା ବ୍ଯାସ ନଗର ପୌରାଞ୍ଚଳ ର ୮ ନମ୍ବର ୱାଡର ଖାତା ନମ୍ବର ୩୭୨/୧୦୯ ଓ ପ୍ଲଟ୍ ନମ୍ବର ୧୨୯୨/୧୮୨୨ ରେ ୬ ଡିସ୍ମିଲ୍ ଜମି ଖରିଦ କରିଛି। ଯାହାର କିଷମ ଘରବାଡି ଅଛି। ଏହି ଯେଗାରେ ଜିଓ ମୋବାଇଲ ଟାୱାର ବସାଇବା ପାଇଁ ଜିଓ ପକ୍ଷରୁ ଅନୁରୋଧ କରିବା ପରେ ସେଠାରେ ଜିଓର ଟାୱାର ବସାଇବା ପାଇଁ ଅଞ୍ଚଳ ବାସୀ ଚିନ୍ତା କରିଥିବା ବେଳେ ଜିଓ ର କିଛି କାର୍ୟ୍ଯକର୍ତ୍ତା ଟାୱାର ବସାଇବା ପାଇଁ ଏହି ଜାଗାରେ ଜମିର ଆବଶ୍ଯକ ଅଛି ବୋଲି ଅନୁଧ୍ଯାନ କରୁଥିବା ସମୟରେ ୮ ନମ୍ବର ୱାର୍ଡ ଅଞ୍ଚଳରେ ଥିବା ସତ୍ଯ ପ୍ରଦ୍ୟୁମ୍ନ ମହାପାତ୍ର, ରମାକାନ୍ତ ଦାସ୍,ଦେବେନ୍ଦ୍ର ପାତ୍ର, ବିଜୟ ମହାରଣା, ପ୍ରଶାନ୍ତ ପାତ୍ର,ଘନଶ୍ୟାମ ପାତ୍ର,ଦିଲ୍ଲୀପ ପାତ୍ର,ଲକ୍ଷ୍ମଣ ତରାଇ, ମହନ ମୁଣ୍ତା, ସୁଲୋଚନା,କୁନି,ମନୋଜ,ସାବିତ୍ରୀ, ଦିପକ,ରଞନ,ହେମନ୍ତ, ସଞ୍ଜୁ,କୁନି ପାତ୍ର ଚଗୁଲୁ ମଲିକ ଓ ପୁରା ବସ୍ତିଲୋକ ମାନେ ସଂପୂକ୍ତ ଜମି ମାଲିକ ଶ୍ରୀ ନରେନ୍ଦ୍ର କୁମାର ଧଳ ଙ୍କୁ ଅନୁରୋଧ କରିଥିଲେ, କି ଆପଣଙ୍କ ଜାଗା ରେ ଜିଓର ଟାୱାର ବସାଇବା ପାଇଁ ଅନୁମତି ଦିଅନ୍ତୁ। କାରଣ ବର୍ତ୍ତମାନ ଆମ ଅଞ୍ଚଳ ରେ ମୋବାଇଲ ଟାୱାର ନଥିବା ଯୋଗୁ ଆମ ପିଲା ମାନେ ଓ ଆମ୍ଭେମାନେ ବହୁତ ହଇରାଣ ହୋଉଛୁ। ଚାଲିଥିବା ମହାମାରୀ ପାଇଁ ସ୍କୁଲ, କଲେଜ ରେ ଅନଲାଇନ କ୍ଲାସ ହେଉଛି। ମୋବାଇଲ ରେ ନେଟୱର୍କ ନଥିବା ଯୋଗୁ ପିଲା ମାନେ ଠିକ୍ ସେ ପାଠ ପଡିବା ପାଇଁ ବହୁତ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି। ସେହିପରି ଜଦି କିଛି ଗୁରୁତ୍ବପୂର୍ଣ୍ଣ ବିଷୟ ରେ କାହାକୁ କଥା ହେବା ପାଇଁ ଚେ଼ଷ୍ଟା କରିବା ତେବେ ଘରଭିତରେ ନେଟୱର୍କ ନଥିବା ଯୋଗୁ ବାହାରକୁ ଆସିବା ପାଇଁ ପଡୁଛି। ତେଣୁ ଯଦି ଏଠି ଟାୱାର ବସାଯାଏ ଆମ୍ଭମାନଙ୍କ ର ଅସୁବିଧା ଦୂର ହେବ। ମାତ୍ର କିଛି ଅସାମାଜିକ ଲୋକ ନିଜର ସ୍ବାର୍ଥ ପାଇଁ ଟାୱାର ବସିବା କୁ ବିରୋଧ କରିବା ଦେଖିବାକୁ ମିଳିଛି। କିଛି ଲୋକଙ୍କୁ ପର୍ବତାଇ ଦସ୍ତଖତ କରି ଯାଜପୁର ଜିଲ୍ଲା ପ୍ରସାସନ ଙ୍କୁ ଅନୁରୋଧ କରିଛନ୍ତି। କି ଏଠାରେ ଟାୱାର ନକରିବା ପାଇଁ କାରଣ ଟାୱାର ରୁ ବାହାରୁଥିବା ରଶ୍ମିରେ ବହୁ ରୋଗ ହେବାର ଆଶଙ୍କା ରହିଛି | ମାତ୍ର ବଡ଼ ବଡ଼ ସହର ରେ ବଡ଼ ବଡ଼ କୋଠାଘର ଉପରେ ଯଦି ଟାୱାର ବସି ପାରୁଛି। ସେଠାରେ କାହାର ଅସୁବିଧା ହେଉନାହିଁ। ତେବେ ବିରୋଧ କରୁଥିବା ଲୋକ ମାନେ କେଉଁ ଆଧାରରେ ଏହା କୁ ବିରୋଧ କରୁଛନ୍ତି। ସାଧାରଣ ରେ ଚର୍ଚ୍ଚା କି ଭଲକାମ କରିବା ପାଇଁ ହେଲେ କିଛି ଖଳ ପ୍ରକୃତିର ଲୋକ ଏହାକୁ ବିରୋଧ କରିବେ ଏହା କିଛି ନୂଆ ନୁହଁ,ଏହି ଅଞ୍ଚଳ ରେ ଥିବା ଶତାଧିକ ଲୋକ ଏହି ଟାୱାର କୁ ସମର୍ଥନ କରି ନିଜର ହସ୍ତାକ୍ଷର କରି ଜିଲ୍ଲା ର ସମସ୍ତ ସରକାରୀ ଅଧିକାରୀ ଓ ଯାଜପୁର ଜିଲ୍ଲାପାଳଙ୍କୁ ପତ୍ର ମାଧ୍ଯମ ରେ ଅନୁରୋଧ କରିଛନ୍ତି କି ସମୂହ ସ୍ବାର୍ଥ ପାଇଁ ଆମ ଅଞ୍ଚଳ ରେ ଏକ ଟାୱାର ର ଆବଶ୍ଯକ ଅଛି।