ପୋଲିସ ହାତରେ ବାଇକ ଲୁଟେରା ବଡ଼ ଗ୍ୟାଙ୍ଗ

ଫୋକସ ପ୍ଲସ (ଅନୁଗୋଳ)୧୦/୦୭/୨୦୨୨: ଗତ ଶନିବାର ରାତିରେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ରେଙ୍ଗାଲି ବଡ଼ମାଲ ସୁବ୍ରଜିତ ସାହୁ (ଲୁଲୁ) ଙ୍କ ଘରୁ ଏକ ହିରୋ ପେଶନ ପ୍ରୋ ଗାଡି ନମ୍ବର (OD-31-A-8803)କୁ ଚୋରି କରି ବାହାର କୁ ଚାଲାଣ କରିବା ପାଇଁ ପାଖ ଜଙ୍ଗଲକୁ ନେଇ ରଖିଥିଲେ | ଏନେଇ ରବିବାର ସକାଳୁ ଲୁଲୁ ବଡ଼ମାଲ ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିଲେ |ତାପରେ ବଡ଼ମାଲ ଫାଣ୍ଡି ର ASI ଗଣେଶ ବାରିକ, କୁଞ୍ଜବିହାରୀ ପ୍ରଧାନ ଓ ସଞ୍ଜୟ କୁମାର ପ୍ରଧାନ ପୁରା ଏକ୍ସନମୋଡ଼ ରେ ଯାଇ 3 ଜଣକୁ ଥାନା କୁ ଆଣି ପଚରା ଉଚରା କରିବା ପରେ |ତାଙ୍କ ଠାରୁ ହିରୋ ପେଶନ ପ୍ରୋ ଗାଡିଟିକୁ ଜବତ ମଧ୍ୟ୍ୟ କରିଥିଲେ| ଏହି ଗ୍ୟାଙ୍ଗ ପଛରେ ଆଉ କିଛି ଜଣ ସମ୍ପୃକ୍ତ ଥିବା ନେଇ ପୋଲିସ ଅନୁମାନ କରୁଛି | ଅଟକ ଅଭିଯୁକ୍ତ ମାନେ ହେଲେ ଶଙ୍କର କୁରତ (22), ବିକାଶ ଷଣ୍ଢ (19) ଓ ମୋନଜ ନାୟକ | ଅଭିଯୁକ୍ତ ଶଙ୍କର ଓ ବିକାଶ ଙ୍କ ନାଁରେ ଆଗରୁ ଶାସନ ଥାନା ଓ ସମ୍ବଲପୁର ଅଂଇଂଠାପାଲି ଥାନାରେ ଅଭିଯୋଗ ଅଛି ବୋଲି ଦୁହେଁ ପୋଲିସ ସାମ୍ନା ରେ ପ୍ରକାଶ କରିଛନ୍ତି |

ରେଢ଼ାଖୋଲ ରୁ ଲିଙ୍ଗରାଜ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *